ପିଏନ୍‌ବି ଠକେଇ ମାମଲା: ନିରବ ମୋଦିଙ୍କର ୯ଟି ସୌଖୀନ କାର୍‌ ଜବତ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Advertisment
ପିଏନ୍‌ବି ଠକେଇ ମାମଲା: ନିରବ ମୋଦିଙ୍କର ୯ଟି ସୌଖୀନ କାର୍‌ ଜବତ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of TOI

ମୁମ୍ବାଇ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୧୧, ୪୦୦ କୋଟି ଟଙ୍କା ଠକେଇ ଅଭିଯୋଗ ସହ ସମ୍ପୃକ୍ତ ନିରବ ମୋଦି ଏବଂ ମେହୁଲ ଚୋକ୍‌ସି ଗ୍ରୁପ୍‌ର ୯୪. ୯୨ କୋଟି ଟଙ୍କାର ମ୍ୟୁଚୁଆଲ୍‌ ଫଣ୍ଡ୍‌ ଏବଂ ସେୟାର୍‌ ଅଚଳ କରି ଦେଇଥିବା କଥା ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି।

ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡେରିଙ୍ଗ୍‌ ଆକ୍ଟ୍‌ର ଅପରାଧିକ ବ୍ୟବସ୍ଥା ଅଧୀନରେ ମୋଦିଙ୍କ ବିରୋଧରେ ଚାଲିଥିବା ତଦନ୍ତର ଅଂଶ ସ୍ୱରୂପ ତାଙ୍କର ୯ଟି ଅତି ଦାମିକା ସୌଖୀନ୍‌ କାର୍‌ ମଧ୍ୟ ଜବତ କରିଥିବା କଥା ଇଡି କହିଛି।

ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି, ଅଚଳ କରାଯାଇଥିବା ଫଣ୍ଡ୍‌ ଏବଂ ସେୟାର୍‌ର ମୂଲ୍ୟ ୮୬. ୭୨ କୋଟି ହେଉଛି ଚୋସ୍‌କି ଏବଂ ତାଙ୍କ ଗ୍ରୁପ୍‌ର ଏବଂ ବାକି ମୋଦି ଗ୍ରୁପ୍‌ ମାଲିକାନାରେ ରହିଛି।

ଚୋସ୍‌କି ହେଉଛନ୍ତି ମୋଦିଙ୍କ ମାମୁ ଏବଂ ସେ ଗୀତାଞ୍ଜଳି ଜେମ୍‌ସ୍‌ ଗ୍ରୁପ୍‌ ଏବଂ ଅନ୍ୟାନ୍ୟ ମାର୍କା ଗହଣାର ପ୍ରମୋଟର୍‌।

ଗତ ସପ୍ତାହରେ ଚଢ଼ାଉବେଳେ କେନ୍ଦ୍ରୀୟ ତଦନ୍ତ ଏଜେନ୍‌ସି ଉଦ୍ଧାର କରିଥବା ୯ଟି ଦାମିକା କାର୍‌କୁ ଜବତ୍‌ କରିଛି। ସେଥିରେ ରହିଛି ଗୋଟିଏ ରୋଲ୍‌ସ୍‌ ରଏସ୍‌ ଘୋଷ୍ଟ୍‍, ଗୋଟିଏ ମର୍ସିଡିଜ୍‌ ବେଞ୍ଜ୍‌, ଗୋଟିଏ ପର୍ସି ପାନାମିରା, ତିନୋଟି ହଣ୍ଡା େଓ୍ଵରିଆନ୍‌ଟ୍‌ସ୍‌, ଗୋଟିଏ ତୋୟତା ଫର୍ଚ୍ୟୁନର୍ସ ଏବଂ ଗୋଟିଏ ଇନୋଭା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe