ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ, କାହିଁକି ଏଭଳି ଲେଖିଲେ ସରକାରୀ ବାବୁ

Advertisment
ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ, କାହିଁକି ଏଭଳି ଲେଖିଲେ ସରକାରୀ ବାବୁ

କରିମଗଂଜ: ତେଲେଙ୍ଗାନାର କରିମଗଂଜରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଥିବା ଇଂଜିନିୟର ପୋଡେତି ଅଶୋକ ନିଜ କାର୍ଯ୍ୟାଳୟରେ ଏକ ବିଚିତ୍ର ବୋର୍ଡ ଲଗାଇଛନ୍ତି | ଏଥିରେ ଲେଖାଯାଇଛି ଯେ ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ | ବାସ୍ତବରେ ରାଜ୍ୟର ରଙ୍ଗାରେଡ୍ଡୀ ଜିଲ୍ଲାର ଅବଦୁଲ୍ଲାପୁରମେଟ୍‌ ଗାଁରେ ଜଣେ ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେବା ଘଟଣା ପରେ ସରକାରୀ ବାବୁମାନଙ୍କ ମଧ୍ୟରେ ଭୟ ବସା ବାନ୍ଧିଛି | ଯେଉଁଥିପାଇଁ ନିଜ କାର୍ଯ୍ୟାଳୟରେ ଏଭଳି ବୋର୍ଡ ଲଗାଇଥିବା ଇଂଜିନିୟର ଜଣକ କହିଛନ୍ତି |

publive-image

ଏଠାରେ ସୂଚନା ଥାଉ କି ୧୫ ଦିନ ପୂର୍ବେ ତେଲେଙ୍ଗାନାର ହୟାତନଗର ବ୍ଲକ୍‌ ଅବଦୁଲ୍ଲାପୁରମେଟ୍‌ ତହସିଲ୍‌ ଅଫିସରେ ଜଣେ ୩୫ ବର୍ଷୀୟା ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳି ଦେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା ।

ଗୌରେଲ୍ଲି ଗ୍ରାମର ସୁରେଶ ମୁଦିରାଜ ନାମକ ଜଣେ ସ୍ଥାନୀୟ କୃଷକ ତହସିଲ ଅଫିସରେ ପଶି ମହିଳା ତହସିଲଦାରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଅଧିକାରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଉକ୍ତ ମହିଳା ରାଜସ୍ବ ଅଧିକାରୀଙ୍କ ନାମ ସିଏଚ୍‌ ବିଜୟା ରେଡ୍ଡୀ ଥିବାବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe