ସର୍ଜରୀର ପ୍ରସ୍ତୁତି ଚାଲୁଥିବା ବେଳେ ଅସ୍ତ୍ରୋପଚାର କେନ୍ଦ୍ରରୁ ବାହାରିଲା ବିଷାକ୍ତ ସାପ, ତା' ପରେ ଘଟିଲା ଏଭଳି ଘଟଣା

Advertisment
ସର୍ଜରୀର ପ୍ରସ୍ତୁତି ଚାଲୁଥିବା ବେଳେ ଅସ୍ତ୍ରୋପଚାର କେନ୍ଦ୍ରରୁ ବାହାରିଲା ବିଷାକ୍ତ ସାପ, ତା' ପରେ ଘଟିଲା ଏଭଳି ଘଟଣା

aajtak.intoday.in

ନନ୍ଦୁରବାର(ମହାରାଷ୍ଟ୍ର): ଡାକ୍ତରଖାନାର ଅସ୍ତ୍ରୋପଚାର କେନ୍ଦ୍ରରୁ ବାହାରିଲା ବିଷାକ୍ତ ସାପ | ଅସ୍ତ୍ରୋପଚାର ପାଇଁ ରୋଗୀ ସହ ଡାକ୍ତର ପ୍ରସ୍ତୁତ ଥିବା ବେଳେ ଅସ୍ତ୍ରୋପଚାରର ସମସ୍ତ ପ୍ରସ୍ତୁତି ସରିଥିଲା | କିନ୍ତୁ ଅସ୍ତ୍ରୋପଚାର ଆରମ୍ଭ ହେବା ପୂର୍ବରୁ ଡାକ୍ତରଙ୍କ ଆଖିରେ ପଡିଥିଲା ବଡ ବିଷାକ୍ତ ସାପ | ସାପକୁ ଦେଖିବା ମାତ୍ରେ ରୋଗୀ ସମେତ ଡାକ୍ତର ଡରରେ ଅସ୍ତ୍ରୋପଚାର କେନ୍ଦ୍ରରୁ ବାହାରକୁ ଚାଲି ଆସିଥିଲେ | ଏହି ସମୟରେ ଡାକ୍ତରଖାନାକୁ ଆସିଥିବା ଜଣେ ପୁଲିସକର୍ମୀ ସାପକୁ କାବୁ କରିବାରେ ସଫଳ ହୋଇଥିଲେ ବୋଲି ଜଣା ପଡିଛି | ଘଟଣାଟି ଘଟିଛି ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଥିବା ଏକ ସରକାରୀ ଡାକ୍ତରଖାନାରେ |

ऑपरेशन थिएटर में निकला जहरीला सांप, सर्जरी की तैयारी कर रहे डॉक्टर भागे aajtak.intoday.in

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତି ୨ଟାରେ ମହାରାଷ୍ଟ୍ରର ନନ୍ଦୁରବାର ସରକାରୀ ଡାକ୍ତରଖାନାରେ ଏକ ବିଷାକ୍ତ ସାପ ମିଳିଥିଲା। ସରକାରୀ ଡାକ୍ତରଖାନାରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଡାକ୍ତର ଗୋଟିଏ କୋଣରେ ଏକ ବଡ ସାପ ଦେଖିଥିଲେ । ସାପକୁ ଦେଖି ଡରରେ ଡାକ୍ତର ବାହାରକୁ ଆସିବା ପରେ ସେଠାରେ ଉପସ୍ଥିତ ଥିବା ଜଣେ ପୁଲିସକର୍ମୀ ଵିଶାଲ ନାଗରେ ସାପକୁ ଧରିବାର ସାହସ ଦେଖାଇଥିଲେ | ବିଶାଲ ଦୀର୍ଘ ସମୟ ଧରି ସାପ ସାମ୍ନାରେ ଏକ ଖାଲି ବାକ୍ସ ଧରି ଠିଆ ହେବା ସହ କିଛି ସମୟ ପରେ ସାପର ମୁଣ୍ଡ ଉପରେ ଖାଲି ବାକ୍ସକୁ ରଖିଥିଲେ | ଏହା ପରେ ସାପ ଧୀରେ ଧୀରେ ବକ୍ସ ଭିତରକୁ ପଶିଥିଲା | ତେବେ ସାପକୁ କାବୁ କରିବା ପରେ ଡାକ୍ତରଙ୍କ ସମେତ ଉପସ୍ଥିତ ସମସ୍ତ ଲୋକ ଵିଶାଲଙ୍କୁ ପ୍ରଶଂସା କରିଥିବା ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe