ପିଓକେ ବିଦେଶୀ ଅଂଚଳ : କୋର୍ଟକୁ କହିଲେ ପାକ୍ ସରକାର

Advertisment
ପିଓକେ ବିଦେଶୀ ଅଂଚଳ : କୋର୍ଟକୁ କହିଲେ ପାକ୍ ସରକାର

ଇସ୍ଲାମାବାଦ : ପିଓକେକୁ ନେଇ ପାକିସ୍ତାନର ଅତିରିକ୍ତ ଆଡଭୋକେଟ ଜେନେରାଲ (ଏଏଜି) ମୁନିର ଇକବାଲ ଦୁଗଲ ଦେଇଥିବା ବୟାନକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହାଇକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ସେ କହିଥିଲେ ଯେ ସରକାର (ପାକିସ୍ତାନ) କାଶ୍ମୀର (ପିଓଜେକେ)କୁ ବିଦେଶୀ ଅଞ୍ଚଳ ଭାବେ ବିବେଚନା କରୁଛନ୍ତି ।

ବାସ୍ତବରେ ପ୍ରସିଦ୍ଧ କାଶ୍ମୀର କବି ଅହମ୍ମଦ ଫରହାଦଙ୍କ ପିଟିସନର ଶୁଣାଣି ଇସଲାମାବାଦ ହାଇକୋର୍ଟରେ ଚାଲିଥିଲା। କବି ଅହମ୍ମଦ ଫରହାଦଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପିଓକେ ଓ ପାକିସ୍ତାନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଷ୍ଟିସ୍ ମୋହସିନ ଅଖତର କୟାନୀ ପୂରା ମାମଲାର ଶୁଣାଣି କରୁଛନ୍ତି।

ସୂଚନାଯୋଗ୍ୟ ଯେ, ପିଓକେରେ ବିଗତ କିଛି ମାସ ଧରି ପାକିସ୍ତାନ ବିରୋଧୀ ଆନ୍ଦୋଳନ ଜାରି ରହିଛି । କବି ଫରହାଦ ଏହି ଆନ୍ଦୋଳନକୁ ସମର୍ଥନ କରିବା ସହ ପାକିସ୍ତାନ ସେନା ବିରୋଧରେ ମନ୍ତବ୍ୟ ଦେଇଥିଲେ । ଏହା ପରେ ସେ ନିଖୋଜ ଥିଲେ । ପରେ ତାଙ୍କୁ ପିଓକେର ଏକ ଜେଲରେ ଠାବ କରାଯାଇଥିଲା । ଫରହାଦଙ୍କ ପତ୍ନୀ ଉରୋଜ ଜୈନବ ତାଙ୍କ ପ୍ରତ୍ୟାବର୍ତ୍ତନ ଏବଂ ନିଖୋଜ ହେବା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାୟୀ କରି ପିଟିସନ୍ ଦାଖଲ କରିଥିଲେ।

ଏହି ମାମଲାର ଶୁଣାଣି ବେଳେ ଯେ ମୀର ଏକ ବିଦେଶୀ ଅଞ୍ଚଳ ଯାହାର ନିଜସ୍ୱ ସମ୍ବିଧାନ ଏବଂ ଅଦାଲତ ରହିଛି। ପାକିସ୍ତାନୀ ଅଦାଲତଙ୍କ ରାୟକୁ ପିଓଜେକେରେ ବିଦେଶୀ ଅଦାଲତଙ୍କ ରାୟ ଭାବରେ ବିବେଚନା କରାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe