ଶ୍ରୀନଗର: ଭାରତୀୟ ସେନାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କ ଏକ ଲଞ୍ଚ୍ ପ୍ୟାଡ୍ ଧ୍ୱସ୍ତ ହୋଇଛି। ପାକ୍ ସେନାର ଏହି ସ୍ଥାୟୀ ପୋଷ୍ଟ୍କୁ ପ୍ରାୟ ୨ ବର୍ଷ ହେଲା ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍ ଭାବେ ବ୍ୟବହାର କରାଯାଉଥିଲା। ଏଠାରେ ଆତଙ୍କବାଦୀଙ୍କୁ ତାଲିମଠାରୁ ଆରମ୍ଭ କରି ଭାରତ ପଠାଇବା ପର୍ଯ୍ୟସ୍ତ ସମସ୍ତ ଯୋଜନା ହେଉଥିଲା। ବିଏସ୍୍ଏଫ୍୍ର ମୋର୍ଟାର ମାଡ଼ରେ ଏହି ପୋଷ୍ଟ୍ ଛାରଖାର ହୋଇଯାଇଛି। ଏଥିରେ ପାକ୍ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ଏହା ପୂର୍ବରୁ ଗତ ବର୍ଷର ସେପ୍୍ଟେମ୍ବରରେ ଭାରତୀୟ ସେନା ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍ କରି ପାକ୍ ଆତଙ୍କବାଦୀଙ୍କ ୨୨ଟି ଲଞ୍ଚ୍ ପ୍ୟାଡ୍ ଧ୍ୱଂସ କରିଥିଲା। ଏଥିରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।
ପିଓକେରେ ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍ ଧ୍ୱସ୍ତ
Advertisment
Follow Us