ଆଦେଶ ମିଳିଲେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ: ଉତ୍ତର କମାଣ୍ଡ୍‌ ମୁଖ୍ୟ

Advertisment
ଆଦେଶ ମିଳିଲେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ: ଉତ୍ତର କମାଣ୍ଡ୍‌ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନାର ଉତ୍ତର କମାଣ୍ଡ୍‌ ମୁଖ୍ୟ ଲେଫ୍‌ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ପାକ୍‌ ଅଧିକୃତ କାଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି। ସରକାରଙ୍କ ଆଦେଶ ମିଳିବା ମାତ୍ରେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ବୋଲି ଦ୍ବିବେଦୀ କହିଛନ୍ତି। ଦ୍ବିବେଦୀ କହିଛନ୍ତି ଯେ ସୀମାରେ ଆମେ ଶାନ୍ତି ଚାହୁଛୁ। ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରେ ତା’ହେଲେ ଏହାର ଅତି କଡ଼ା ଜବାବ ମିଳିବ। କାଶ୍ମୀରରେ ଟାର୍ଗେଟ୍‌ କିଲିଂକୁ ନେଇ ଦ୍ବିବେଦୀ କହିଛନ୍ତି ଯେ ଆତଙ୍କବାଦୀମାନେ ଏବେ ହତାଶ ହୋଇ ନିରୀହ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ତେବେ ସେମାନଙ୍କର ଲକ୍ଷ କଦାପି ସାଧନ ହେବନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe