ସୁପ୍ରିମକୋର୍ଟରେ ପୋଲାଭରମ ମାମଲା, ଶୁଣାଣି ୪ ସପ୍ତାହକୁ ଘୁଞ୍ଚିଲା

Advertisment
ଚିଦମ୍ବରମଙ୍କୁ ଝଟକା: ଜାମିନ ଆବେଦନର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

zeenews

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି ୪ ସପ୍ତାହକୁ ଘୁଞ୍ଚିଯାଇଛି। ଆଜି ଏହି ମାମଲାର ଶୁଣାଣି ବିଚାରପତି ଏନ ଭି ରମନା, ବିଚାରପତି ମୋହନ ଶାନ୍ତନଗୌଦର ଓ ବିଚାରପତି ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠରେ ହୋଇଥିଲା। ଓ଼ଡ଼ିଶା ଦ୍ବାରା ପୋଲାଭରମ୍ ପ୍ରକଳ୍ପ ମାମଲାରେ ଯେଉଁ ଅନ୍ତରୀଣ ଆବେଦନ କରାଯାଇଥିଲା ତା’ର ଶୁଣାଣି ପାଇଁ ଖଣ୍ଡପୀଠଙ୍କ ନିକଟରେ ଆଜି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅନ୍ତରୀଣ ଆବେଦନରେ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଓଡ଼ିଶା ପକ୍ଷରୁ ପ୍ରାର୍ଥନା କରାଯାଇଛି। ଏହାର ତ୍ବରିତ ଶୁଣାଣି ପାଇଁ ଓଡ଼ିଶା‌ ପକ୍ଷରୁ ଦାବି କରାଯାଇଥିଲା। ଅପରପକ୍ଷେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ମାମଲାର ଶୁଣାଣି ୬ ସପ୍ତାହ ପରେ କରିବା ପାଇଁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ପୋଲାଭରମ୍ ମାମଲାର ନଥିପତ୍ର ବିଳମ୍ବରେ ଖଣ୍ଡପୀଠଙ୍କ ନିକଟରେ ପହଞ୍ଚିଥିବାରୁ ଖଣ୍ଡପୀଠ ଏହାକୁ ଅଧ୍ୟୟନ କରିପାରିନଥିଲେ ବୋଲି କହିଥିଲେ। କିନ୍ତୁ ମାମଲାର ଶୁଣାଣି ୪ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ ଆଜି ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe