ପୋଲାଭରମ ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲେ ଆନ୍ଧ୍ର ସରକାର

Advertisment
ପୋଲାଭରମ ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲେ ଆନ୍ଧ୍ର ସରକାର

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଥମୁନଥିବା ବେଳେ ଗୋଦାବରୀ ଟ୍ରିବ୍ୟୁନାଲ ୧୯୮୦ ସର୍ତ୍ତର୍ ମୁତାବକ, ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ କରାଯାଉଥିବା ନେଇ ଆଜି ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହି ମାମଲାର ଶୁଣାଣି ଜଷ୍ଟିସ୍‌ ଏମ୍‌ବି ଲୋକୁର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ହେବ। ଗତ ଫେବୃଆରି ୧୫ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ୧୯୮୦ର ସର୍ତ୍ତପାଳନ କରିବାକୁ ବାଧ୍ୟ ବୋଲି ଓଡ଼ିଶା,ଆନ୍ଧ୍ର ସମେତ ୬ଟି ରାଜ୍ୟଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe