ଏନ୍‌ଜିଟିରେ ପୋଲାଭରମ ମାମଲା: ‘ରେଲା’ର ଆବେଦନ ଶୁଣାଣି ୧୧ରେ

Advertisment
ଏନ୍‌ଜିଟିରେ ପୋଲାଭରମ ମାମଲା: ‘ରେଲା’ର ଆବେଦନ ଶୁଣାଣି ୧୧ରେ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ୨୦୧୯ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରଖିଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଏକାଧିକ ମାମଲା ରୁଜୁ କରାଯାଇଛି। ମାମଲାଗୁଡ଼ିକ ବିଚାରାଧୀନ ଥିବା ବେଳେ ଆନ୍ଧ୍ରପ୍ରଦେଶ ଏକଚାଟିଆ ନିର୍ମାଣ କାମ ଜାରି ରଖିଛି। ଅନ୍ୟପକ୍ଷରେ ତେଲେଙ୍ଗାନାର ଏକ ସ୍ୱେଚ୍ଛାସେବୀ ସଂଗଠନ ପୋଲାଭରମ୍‌ ପ୍ରକଳ୍ପ ବିରୋଧରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଛି। ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ ରେଲା ଦ୍ୱାରା ଅନ୍ତର୍ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯାଇଥିବା ପିଟିସନ୍‌ରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟରେ ଆବଶ୍ୟକୀୟ ପରିବେଶ ମଂଜୁରି ନଥିବା, ପରିବେଶ ପ୍ରଭାବ ଆକଳନ କରାଯାଇନଥିବା, ପ୍ରକଳ,୍ପ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରାଯାଇନଥିବା, ପୋଲାଭରମ ଡ୍ୟାମ୍‌ର ଉଚ୍ଚତା ବୃଦ୍ଧି କରାଯିବା ସହ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ଅଧିବାସୀମାନଙ୍କୁ ଉଚିତ୍‌ ମୂଲ୍ୟରେ କ୍ଷତିପୂରଣ ଦିଆଯାଇନଥିବା ଉଲ୍ଲେଖ କରାଯାଇଛି। ମାମଲାର ଶୁଣାଣି ଅକ୍ଟୋବର ୧୧ରେ ହେବ। ରେଲାର ଆବେଦନରେ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ପକ୍ଷଭୁକ୍ତ ଥିବାର ଆବେଦନକାରୀଙ୍କ ଓକିିଲ ଶ୍ରବଣ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe