ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ : ବୈଠକରେ ଓଡ଼ିଶା ଯୋଗ ଦେଲାନି

Advertisment
ଓଡ଼ିଶାକୁ ଝଟ୍‌କା, ଆନ୍ଧ୍ରକୁ କେନ୍ଦ୍ରର ଦରଦ; ପୋଲାଭରମ ପ୍ରକଳ୍ପ ନିର୍ମାଣ ଉପରେ ଥିବା ବନ୍ଦ ନିର୍ଦ୍ଦେଶନାମା ପ୍ରତ୍ୟାହାର ଅବଧି ବଢ଼ାଇଲେ

News18.com

ନୂଆଦିଲ୍ଲୀ : ପୋଲଭରମ ପ୍ରକଳ୍ପ ପ୍ରସଙ୍ଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ସମନ୍ବୟରେ ଭିଡିଓ କନଫରେନ୍ସିଂ ଜରିଆରେ ଛତିଶଗଡ, ତେଲେଙ୍ଗନା, ଆନ୍ଦ୍ର ପ୍ରଦେଶ, ପୋଲଭରମ୍ ପ୍ରକଳ୍ପ ପ୍ରାଧିକରଣ କେନ୍ଦ୍ରୀୟ ଜଳ ଆୟୋଗ ଓ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ମିଳିତ ବୈଠକରେ ଓଡିଶା ଯୋଗ ଦେଲା ନାହିଁ। ପୋଲଭରମ ପ୍ରକଳ୍ପ ପଛୁଆ ଜଳ ଯୋଗୁଁ ସମ୍ଭାବିତ ପ୍ରଭାବିତ ରାଜ୍ୟ ଓଡିଶା, ଛତିଶଗଡ, ତେଲେଙ୍ଗାନା ସହ ଜଳବୁଡି ସମସ୍ୟାର ସମାଧାନ ପାଇଁ ସମସ୍ତ ପକ୍ଷଙ୍କ ଆଲୋଚନାରେ ଆନ୍ଧ୍ର ପ୍ରଦେଶ, କେନ୍ଦ୍ରିୟ ଜଳ ଆୟୋଗ, ଛତିଶଗଡ଼ ଦ୍ୱାରା ମତାମତ ପ୍ରଦାନ କରାଯାଇଥିଲା। ଆଡ଼ିବନ୍ଧ ନିର୍ମାଣ ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ସେମାନଙ୍କ ଅଞ୍ଚଳରେ ଜନଶୁଣାଣି କରାଇବା ପାଇଁ ଆନ୍ଧ୍ରପ୍ରଦେଶକୁ ଜଣାଇବା ପାଇଁ ବୈଠକରେ କୁହାଯାଇଛି। ଛତିଶଗଡ଼ ପକ୍ଷରୁ ଜନଶୁଣାଣି କରାଯିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚଳିତ ବର୍ଷ ଫେବ୍ରୁଆରୀ ୧୪ରେ ଲେଖାଯାଇଥିବା ପତ୍ରର ଉତ୍ତର ମିଳିବା ପରେ ମତାମତ ଜଣାଇଦିଆ ଯିବ ବୋଲି କୁହାଯାଇଥିବା ବେଳେ ଓଡ଼ିଶା ଦ୍ୱାରା ଏନେଇ କୌଣସି ମତାମତ ସମ୍ପର୍କରେ ବୈଠକକୁ ଅବଗତ କରାଯାଇନଥିଲା।

ଉଲ୍ଲେଖଯୋଗ୍ୟ, ଗତ ମାସ ୧୪ ତାରିଖରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନଭେମ୍ବର ୧୮ ତାରିଖର ଆଦେଶ ଅନ୍ତର୍ଗତ ପୋଲାଭରମ୍ ପ୍ରକଳ୍ପର ସମସ୍ତ ପକ୍ଷଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା କେଉଁ କାରଣରୁ ଏହି ବୈଠକରେ ଓଡ଼ିଶା ଯୋଗ ଦେଇନଥିଲା ତାହା ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe