ଡିସେମ୍ବର ୨୦୧୯ ସୁଦ୍ଧା ପୋଲାଭରମ ପ୍ରକଳ୍ପ ସଂପୂର୍ଣ୍ଣ ହେବ: ଚନ୍ଦ୍ରବାବୁ

Advertisment
ଡିସେମ୍ବର ୨୦୧୯ ସୁଦ୍ଧା ପୋଲାଭରମ ପ୍ରକଳ୍ପ ସଂପୂର୍ଣ୍ଣ ହେବ: ଚନ୍ଦ୍ରବାବୁ

ଅମରାବତୀ: ଗୋଦାବରୀ ନଦୀରେ ନିର୍ମାଣାଧୀନ ବିବାଦୀୟ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ୨୦୧୯ ଡିସେମ୍ବର ସୁଦ୍ଧା ଶେଷ ହେବ। ପ୍ରକଳ୍ପ ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘୋଷଣା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟପାଇଁ ୧ ଲକ୍ଷ ୬୮ହଜାର ୨୧୩ ଏକର ଜମିର ଆବଶ୍ୟକତା ଥିବା ବେଳେ ଏଯାବତ୍‌ ୧ଲକ୍ଷ ୧୦ ହଜାର ୩୫୫ ଏକର ଜମି ଅଧିଗ୍ରହଣ ଶେଷ ହୋଇଛି। ଏଯାବତ୍‌ ୫୫.୧୨ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ମାର୍ଚ୍ଚ ସୁଦ୍ଧା ସ୍ପିଲ-େଓ୍ଵ କାର୍ଯ୍ୟ ଶେଷ ହେବ। ପୋଲାଭରମ ପ୍ରକଳ୍ପକୁ ତିରୁମାଲାର ଶ୍ରୀ ଭେଙ୍କଟଶ୍ୱେର ମନ୍ଦିର ସହ ତୁଳନା କରି ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅତିକମ୍‌ରେ ଗୋଟିଏ ଥର ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe