ଜାମତାରା ଗ୍ୟାଙ୍ଗ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୧୦ ଲକ୍ଷ ଠକେଇ ଅଭିଯୋଗରେ ୩ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

Advertisment
ସାଇବର୍‌ ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ: ନଜରରେ ସୀମାନ୍ତ ଓ ଗ୍ରାମାଞ୍ଚଳର ଅପାଠୁଆ

PYMNTS.com

ନୂଆଦିଲ୍ଲୀ: ଦିଲ୍ଲୀ ସାଇବର ପୁଲିସ କବଜାରେ ତିନି ଜଣ ସାଇବର ଠକ | ଏହି ଠକମାନଙ୍କୁ ଝାଡ଼ଖଣ୍ଡର ଜାମତାରା ଅଂଚଳରୁ ଗିରଫ କରାଯାଇଛି | ଦ୍ୱାରକା ଜିଲ୍ଲା ପୁଲିସର ସାଇବର ସେଲ୍ ଟିମ ଏବଂ ବିନ୍ଦାପୁର ପୁଲିସ ଟିମ୍ ଝାଡ଼ଖଣ୍ଡର ଜାମତରା ଏବଂ ଧାନବାଦରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ ପୁଲିସ ତିନୋଟି ମୋବାଇଲ୍ ଫୋନ୍, ୯ଟି ଡେବିଟ କାର୍ଡ ସହ ୨୩ଟି ସିମ କାର୍ଡ ଜବତ କରିଛି | ପୁଲିସକୁ ମିଳିଥିବା ଅଭିଯୋଗ ମୁତାବକ ଜଣେ ମହିଳାଙ୍କ ଠାରୁ ଏହି ଠକମାନେ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟିନେଇଥିଲେ | ଆଉ ମହିଳା ଜଣକ ୨୫ ଡିସେମ୍ବରରେ ବିନ୍ଦାପୁର ଥାନାରେ ଅଭିଯୋଗ କରିଥିଲେ।

ମହିଳା ଜଣକ କହିଥିଲେ ଯେ ସେ ଟଙ୍କା ପର୍ସ ହଜାଇଦେଇଛନ୍ତି । ପର୍ସରେ ଡେବିଟ୍ କାର୍ଡ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ଥିଲା | ତୁରନ୍ତ ସେ ଏହି ସୂଚନା ବ୍ୟାଙ୍କର ମିଛ କଷ୍ଟ୍ୟୁମର କେୟାରକୁ ଦେଇଥିଲେ | କିନ୍ତୁ, ପ୍ରାୟ ଏକ ଘଣ୍ଟା ପରେ, ମେସେଜ ଆସିଥିଲା ଯେ ବ୍ୟାଙ୍କରେ ତାଙ୍କର ଜମା ଥିବା ୧୦ ଲକ୍ଷ ଟଙ୍କା ଫିକ୍ସଡ଼ ଡିପୋଜିଟ ଉଠାଇନିଆଯାଇଛି |

ଏହା ପରେ ମହିଳା ଜଣକ ପୁଲିସ ପାଖରେ ଅଭିଯୋଗ କରିଥିଲେ | ସାଇବର ପୁଲିସ ମହିଳା ଫୋନ କରିଥିବା ନମ୍ବର, ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତମାନେ ଝାଡ଼ଖଣ୍ଡର ଧାନବାଦ, ଆସାନସୋଲ ଓ ଜାମତାରା ଅଂଚଳରେ ରହୁଥିବାର ଜାଣିବାକୁ ପାଇଥିଲା | ଏହା ପରେ ପୁଲିସ ଜାନୁଆରୀ ୧୯ ରେ ଚଢ଼ାଉ କରିଥିଲା | ଧାନବାଦ ଅଂଚଳରୁ ଇକବାଲ ଓ ଫାଇନୁଲକୁ ଧରିଥିବାବେଳେ ଜାମତାରାରୁ ଶାହାବୁଦ୍ଦିନକୁ ଗିରଫ କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe