ଗାଡି ଚୋରଙ୍କ ଗ୍ୟାଙ୍ଗରେ ଥିବା ଜିଆରପି କନେଷ୍ଟବଳଙ୍କୁ ଧରିଲା ପୁଲିସ

Advertisment
ଗାଡି ଚୋରଙ୍କ ଗ୍ୟାଙ୍ଗରେ ଥିବା ଜିଆରପି କନେଷ୍ଟବଳଙ୍କୁ ଧରିଲା ପୁଲିସ

ଜୟପୁର: ରାଜସ୍ଥାନର କୋଟା ଗ୍ରାମୀଣ ପୁଲିସ ଏକ କୁଖ୍ୟାତ ଗାଡି ଚୋର ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ତିନୋଟି ରାଜ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଯାନ ଚୋରି ମାମଲା ପଞ୍ଜିକୃତ ହୋଇଛି। ଯେତେବେଳେ ପୁଲିସ ଅଭିଯୁକ୍ତଙ୍କ ରେକର୍ଡ ଖୋଜିବା ଆରମ୍ଭ କଲା ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜିଲ୍ଲା ପୁଲିସ ଅଧୀକ୍ଷକ କରଣ ଶର୍ମା କହିଛନ୍ତି ଯେ ଜୟପୁରରୁ ଏକ କଳା କାର ଚୋରି ହୋଇଥିବା ସୂଚନା ମିଳିଥିଲା। ଏହାକୁ ନେଇ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ | ଏନେଇ ଅଭିଯୋଗ ମିଳିବା ପରେ ଜୟପୁର ପୁଲିସ ସେମାନଙ୍କ ପିଛା କରିଥିଲା, ଏହାପରେ ସେମାନଙ୍କୁ କୋଟା ଅଂଚଳରୁ ଧରାଯାଇଥିଲା |ଏହି କାରଟି ଜୟପୁର ଜିଲ୍ଲାର ରାମ ନାଗ୍ରି ପୁଲିସ ଷ୍ଟେସନ ଅଂଚଳରୁ ଚୋରି ହୋଇଥିଲା।

ଘଟଣାସ୍ଥଳରୁ ପୁଲିସ ଦୁଇଜଣ ଲୁଟେରା ଶେର ସିଂ ଓ ଲକ୍ଷ୍ମଣ ସିଂଙ୍କୁ ଗିରଫ କରିଛି। ପୁଲିସର ସୂଚନାନୁସାରେ, ଏହି ଦୁଇ ଲୁଟେରାଙ୍କ ମଧ୍ୟରୁ ଶେର ସିଂ ଜଣେ କୁଖ୍ୟାତ ଆନ୍ତଃ ରାଜ୍ୟ ଗାଡି ଚୋର। ତା ବିରୋଧରେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ଅନେକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଛି । ଏସପି କରଣ ଶର୍ମା କହିଛନ୍ତି ଯେ ଗାଡି ଚୋର ଶେର ସିଂଙ୍କ ସହ ଧରାପଡିଥିବା ଦ୍ୱିତୀୟ ଅଭିଯୁକ୍ତ ଲକ୍ଷ୍ମଣ ସିଂଙ୍କ ପରିଚୟ ପତ୍ର ଅନୁଯାୟୀ ସେ ହରିୟାଣାର ଫରିଦାବାଦ ଜିଆରପି ପୁଲିସର ଜଣେ କନଷ୍ଟେବଳ। ଜୟପୁର ଏବଂ କୋଟା ଗ୍ରାମୀଣ ପୁଲିସ ସେମାନଙ୍କୁ ଧରିବା ପରେ କୁଖ୍ୟାତ ଚୋରମାନଙ୍କର ଅପରାଧିକ ରେକର୍ଡ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe