ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରି ଓ଼ଏଲଏକ୍ସରେ ବିକିଦେଇଥିଲେ ମୋବାଇଲ, ବ୍ୟବହୃତ କଣ୍ଡୋମରୁ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରି ଓ଼ଏଲଏକ୍ସରେ ବିକିଦେଇଥିଲେ ମୋବାଇଲ, ବ୍ୟବହୃତ କଣ୍ଡୋମରୁ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

ଭୋପାଳ: ଅପରାଧ ପରେ ଅପରାଧୀଙ୍କୁ ଧରାଇଦେଲା ବ୍ୟବହୃତ କଣ୍ଡୋମ | ମଧ୍ୟପ୍ରଦେଶର ଭିଣ୍ଡରେ ଏବେ ଏମିତି ଏକ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଖୁଲାସା ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ରିପୋର୍ଟ ଅନୁଯାୟୀ, ଜୁନ୍ ୧୭ରେ ଭିଣ୍ଡ ଅଞ୍ଚଳର କାଇମୋଖରୀ ଗାଁର ରାସ୍ତା କଡରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା | ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହାକୁ ଏକ ଗର୍ତ୍ତରେ ଫିଙ୍ଗିଦେଇଥିଲେ, ଯାହାଦ୍ୱାରା କେହି ଖବର ପାଇବେ ନାହିଁ | ଏହି ମାମଲାରେ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲା | ପୁଲିସ ମୃତକଙ୍କ ବୟସ ପ୍ରାୟ ୪୦ ବର୍ଷ ବୋଲି ଅନୁମାନ କରିଥିଲା | ତେବେ ବ୍ୟବଛେଦ ରିପୋର୍ଟରେ ଜଣାପଡିଥିଲା ଯେ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି | ଘଟଣାସ୍ଥଳକୁ ଯାଞ୍ଚ କରିବା ପରେ ପୁଲିସ ଏକ ବ୍ୟବହୃତ କଣ୍ଡୋମ ଜବତ କରିଥିଲା ।

ଯାହାକି ଅପରାଧୀଙ୍କୁ ଧରିବାରେ ସବୁଠାରୁ ବଡ ପ୍ରମାଣ ହୋଇଥିଲା | ପୁଲିସ ପ୍ରଥମେ କଣ୍ଡୋମର ବ୍ୟାଚ୍ ନମ୍ବର ବିଷୟରେ ଜାଣିବା ସହିତ ପୋଷ୍ଟର ଛପାଇ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲା। ଏହି ହତ୍ୟାକାଣ୍ଡର ତଦନ୍ତବେଳେ ପୁଲିସ କଣ୍ଡୋମ ବ୍ୟାଚରୁ ଜାଣିବାକୁ ପାଇଥିଲା ଯେ ମିହୋନା ସରକାରୀ ଡାକ୍ତରଖାନା ଦ୍ୱାରା ପରିବାର ନିୟୋଜନ ପାଇଁ ଏହି କଣ୍ଡୋମ ବଣ୍ଟନ କରାଯାଇଥିଲା। ପୁଲିସ ମଧ୍ୟ ଡାକ୍ତରଖାନା ଯାଇ ଘଟଣାର ଅନୁସନ୍ଧାନ କରିଥିଲା ​​ଏବଂ ଏଠାରୁ ତାଙ୍କୁ ଅନେକ ପ୍ରମାଣ ମିଳିଥିଲା।

କଣ୍ଡୋମଟିକୁ ଶ୍ୟାମ ନାମକ ବ୍ୟକ୍ତି ନେଇଥିବା ପୁଲିସ ଜାଣିବା ସହ ପୁଲିସ ପୋଷ୍ଟର ସାହାଯ୍ୟରେ ମହିଳାଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା ଏବଂ ମୃତକଙ୍କ ପରିବାର ଲୋକ ଅଭିଯୁକ୍ତ ଶ୍ୟାମଙ୍କୁ ଚିହ୍ନଟ କରିଥିଲେ | ଶେଷରେ ପଚରାଉଚରାବେଳେ ଶ୍ୟାମ ପୁରା ଘଟଣା ବାବଦରେ ପୁଲିସକୁ କହିଥିଲା। ପୁଲିସ ଏହି ମାମଲାରେ ଶ୍ୟାମଙ୍କ ବ୍ୟତୀତ ଅଙ୍କିତ ଏବଂ ବିକି ନାମକ ଅଭିଯୁକ୍ତକୁ ଗିରଫ କରିଛି | ଅଭିଯୁକ୍ତମାନେ ମହିଳାଙ୍କ ମୋବାଇଲ୍ ଫୋନକୁ ଓଏଲଏକ୍ସରେ ବିକ୍ରି କରିଥିଲେ ବୋଲି କହିଥିଲେ | ତେବେ ପୁଲିସ ଏବେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe