ସାଥି ହୋଇ ଲୋକଙ୍କୁ ଠକୁଥିଲେ, ଅଭିଯୋଗ ହେବାରୁ ଭାବିସ୍ବାମୀଙ୍କୁ ଜେଲ ପଠାଇଦେଲେ ପୁଲିସ ଇନ୍ସପେକ୍ଟର

Advertisment
ସାଥି ହୋଇ ଲୋକଙ୍କୁ ଠକୁଥିଲେ, ଅଭିଯୋଗ ହେବାରୁ ଭାବିସ୍ବାମୀଙ୍କୁ ଜେଲ ପଠାଇଦେଲେ ପୁଲିସ ଇନ୍ସପେକ୍ଟର

ଜୋରହାଟ(ଆସାମ): ନିଜକୁ ବଞ୍ଚାଇବା ପାଇଁ ଭାବିସ୍ବାମୀଙ୍କୁ ଜେଲ ପଠାଇଦେଲେ ମହିଳା ପୁଲିସ ଇନ୍ସପେକ୍ଟର। ଦୁହେଁ ମିଶି ଲୋକଙ୍କୁ ଠକୁ ଥିବା ବେଳେ ଧରାପଡ଼ିଯିବା ଡରରେ ଭାବିସ୍ବାମୀଙ୍କ ମୁଣ୍ଡରେ ଦୋ‌ଷ ଲଦି ଦେଇ ‌ମହିଳା ପୁଲିସ ଇନ୍ସପେକ୍ଟର ତାଙ୍କୁ ଜେଲ ପଠାଇଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଶେଷରେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ ଲୁଚକାଳି ଖେଳ ଶେଷ ହେବା ସହ ତାଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଆସାମ ପୁଲିସର ଇନ୍ସପେକ୍ଟର ଜୁନମଣି ରାଭା ନିଜ ଭ‌ାବିସ୍ବାମୀଙ୍କ ସହ ମିଶି ଚାକିରି ଦେବା ନାମରେ ଲୋକଙ୍କୁ ଠକୁଥିଲେ। ସରକାରୀ କମ୍ପାନି ଓଏନଜିସିରେ ଚାକିରି ଦେବା ନାଁରେ ଉଭୟ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ହେଲେ ପରେ ଏହି ଘଟଣା ସାମ୍ନାକୁ ଆସିବାରୁ ଜୁନମଣି ନିଜ ଭାବିସ୍ବାମୀ ରାଣା ପରାଗଙ୍କ ବିରୋଧରେ ଏତଲା ଦେବା ସହ ତାଙ୍କୁ ଜେଲ ପଠାଇଥିଲେ। ଏହି ସମୟରେ ଜୁନମଣି ନଗାଓଁରେ ସବ ଇନ୍ସପେକ୍ଟର ଥିଲେ। ଅଭିଯୁକ୍ତ ରାଣା ନିଜକୁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମରେ ଜନସମ୍ପର୍କ ଅଧିକାରୀ ଥିବା କହି ଲୋକଙ୍କୁ ଓଏନଜିସିରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ଏଥିପାଇଁ ଲକ୍ଷ ଟଙ୍କା ଟଙ୍କା ଠକିନେଇଥିଲେ।

publive-image aajtak

ତେବେ ପ୍ରଥମେ ରାଭା, ରାଣାଙ୍କ ମୁଣ୍ଡରେ ଅଠା ଭଳି ତାଙ୍କୁ ଜେଲ ପଠାଇବା ପରେ ତଦନ୍ତ କରୁଥିବା ପୁଲିସ ଟିମ୍ ରାଭାଙ୍କ ଉପରେ ମଧ୍ୟ ସନ୍ଦେହ କରିଥିଲେ। ପରେ ଏନେଇ ତାଙ୍କୁ ପଚରାଉଚରା କରାଯିବା ପରେ ସେ ମଧ୍ୟ ଠକେଇରେ ସାମିଲ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe