୫ ଲକ୍ଷରେ ବାଂଲାଦେଶୀଙ୍କୁ ଭାରତୀୟ ବନାଉଥିବା ବ୍ୟକ୍ତି ଗିରଫ

ବାଂଲାଦେଶୀଙ୍କ ପାଇଁ ଜାଲ୍ ପାସପୋର୍ଟ ତିଆରି କରୁଥିବା ଗ୍ୟାଙ୍ଗର ଅନ୍ୟତମ ମାଷ୍ଟରମାଇଣ୍ଡ ମନୋଜ ଗୁପ୍ତାକୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ଶନିବାର ରାତିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଗାଇଘଟା ଥାନା ଅଞ୍ଚଳର ଚାନ୍ଦପଡ଼ାରୁ ପୁଲିସ ତାକୁ ଗିରଫ କରିଥିଲା।

passport

କୋଲକାତା: ବାଂଲାଦେଶୀଙ୍କ ପାଇଁ ଜାଲ୍ ପାସପୋର୍ଟ ତିଆରି କରୁଥିବା ଗ୍ୟାଙ୍ଗର ଅନ୍ୟତମ ମାଷ୍ଟରମାଇଣ୍ଡ ମନୋଜ ଗୁପ୍ତାକୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ଶନିବାର ରାତିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଗାଇଘଟା ଥାନା ଅଞ୍ଚଳର ଚାନ୍ଦପଡ଼ାରୁ ପୁଲିସ ତାକୁ ଗିରଫ କରିଥିଲା। ଟୁର୍ ଟ୍ରାଭେଲ୍ ବ୍ୟବସାୟ ଆଳରେ ସେ ୧୦ ବର୍ଷରୁ ଅଧିକ ସମୟ ଧରି ପାସପୋର୍ଟ ଠକେଇ ବ୍ୟବସାୟ ଚଳାଉଥିଲା ଏବଂ ଭାରତର ନକଲି ପାସପୋର୍ଟ ସହ ପ୍ରାୟ ୧୦୦ ବାଂଲାଦେଶୀ ନାଗରିକଙ୍କୁ ବିଦେଶ ପଠାଇଥିଲା। ପାସପୋର୍ଟ ଠକେଇ ମାମଲାରେ ଏହା ହେଉଛି ସପ୍ତମ ଗିରଫଦାରୀ ।

ମନୋଜ ଗୁପ୍ତା ନକଲି କାଗଜପତ୍ର ତିଆରି କରି ପାସପୋର୍ଟ ତିଆରିରେ ବ୍ୟବହାର କରୁଥିଲା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲା। ଏହି ଗ୍ୟାଙ୍ଗରେ ସମରେଶ ଓ ଅନ୍ୟମାନେ ମନୋଜ ପାଇଁ କାମ କରୁଥିଲେ। ଶନିବାର ଗିରଫ ପରେ ମନୋଜ ଗୁପ୍ତାକୁ ଅଲିପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।

ମନୋଜ ଗୁପ୍ତା ନକଲି କାଗଜପତ୍ର ତିଆରି କରି ପାସପୋର୍ଟ ତିଆରିରେ ବ୍ୟବହାର କରୁଥିଲା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲା। ଏହି ଗ୍ୟାଙ୍ଗରେ ସମରେଶ ଓ ଅନ୍ୟମାନେ ମନୋଜ ପାଇଁ କାମ କରୁଥିଲେ। ଶନିବାର ଗିରଫ ପରେ ମନୋଜ ଗୁପ୍ତାକୁ ଅଲିପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ମୋତିଲାଲ ଗୁପ୍ତା ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ବସି ଏହି ଯୋଜନା କରାଯାଇଥିଲା। ସମରେଶ ଓ ଅନ୍ୟମାନେ ଯୋଜନା କରିଥିଲେ। ଏହାପରେ ମନୋଜ ଗୁପ୍ତା ବାଂଲାଦେଶୀଙ୍କ ପାସପୋର୍ଟ ତିଆରି କରି ନିଜ ଟୁର ଆଣ୍ଡ ଟ୍ରାଭେଲ ଏଜେନ୍ସି ଜରିଆରେ ବିଦେଶ ପଠାଇଥିଲେ।

୫ ଲକ୍ଷ ନେଇ ବାଂଲାଦେଶୀଙ୍କ ପାଇଁ ତିଆରି କରୁଥିଲା ଜାଲ୍ ଭାରତୀୟ ପାସପୋର୍ଟ

ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ମନୋଜ ବାଂଲାଦେଶୀଙ୍କଠାରୁ ୫ରୁ ୧୦ ହଜାର ଟଙ୍କା ନେଇ ପ୍ରଥମେ ଆଧାର ଓ ପାନ୍ କାର୍ଡ ତିଆରି କରୁଥିଲେ। ଏହାପରେ ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ବାଂଲାଦେଶୀଙ୍କ ପାସପୋର୍ଟ ପାଇଁ ଆବେଦନ କରିବା ପାଇଁ ନକଲି ଠିକଣା ବ୍ୟବହାର କରିଥିଲେ। ନକଲି କାଗଜପତ୍ର ମଧ୍ୟ ଅପଲୋଡ୍ କରାଯାଇଥିଲା। ପୋଷ୍ଟ ଅଫିସକୁ ପାସପୋର୍ଟ ଆସିବା ପରେ ସେମାନେ ଡାକଘର କର୍ମଚାରୀଙ୍କ ସହ ମିଶି ସେଠାରୁ ପାସପୋର୍ଟ ନେଉଥିଲେ। ଏହାପରେ ସେହି ପାସପୋର୍ଟକୁ ଲକ୍ଷ ଲକ୍ଷ ଟଙ୍କାରେ ବାଂଲାଦେଶୀମାନଙ୍କୁ ବିକ୍ରି କରାଯାଇଥିଲା। ନକଲି ପାସପୋର୍ଟ ପାଇଁ ସେମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe