ଲକ୍ଷ୍ନୌ: ମନ କିଣିନେଲେ ପୋଲିସ ବାବୁ । ଦୀପାବଳିରେ ଦିଲ୍ ଜିତିଲେ ଏଏସପି । ଜଣେ ଦୀପ ଦୋକାନୀଙ୍କୁ ମୂଲ୍ୟ ଠାରୁ ଅଧିକ ଟଙ୍କା ଦେଇ ସେ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି । ଏଭଳି ଏକ ଦୃଶ୍ୟ ଉତ୍ତରପ୍ରଦେଶ ବାଘପାତରୁ ଆସିଥିବା ବେଳେ ପୋଲିସ ବାବୁଙ୍କ ବଡ଼ପଣର ଏଭଳି ହୃଦୟଜିତା ଭିଡିଓ ଏବେ ସୋସିଆଲ ମିଡିଆରେ ପୂରା ଟ୍ରେଣ୍ଡ କରୁଛି ।
Another beautiful incident from Uttar Pradesh.
— Atulkrishan (@iAtulKrishan1) October 19, 2025
Following the SHO who bought all the diyas yesterday, here's a heartwarming example from Baghpat just before Diwali.
While on patrol, an ASP noticed a street vendor selling earthen lamps. When he went to buy some, the vendor… https://t.co/WU1P6Dvwmkpic.twitter.com/xLsJU3o8wo
ତେବେ ଦୀପାବଳି ପାଇଁ ପୋଲିସ ବାବୁ ଜଣଙ୍କ ପାଟ୍ରୋଲିଂ କରିବା ବେଳେ ଜଣେ ଦୋକାନୀଙ୍କ ଉପରେ ନଜର ପଡିଲା ଆଉ ସେ ତାଙ୍କ ଠାରୁ ମାଟି ଦୀପ କିଣିଲେ । ଦୀପ କିଣି ସାରିବା ପରେ ଏଏସପି ଜଣଙ୍କ କେତେ ହେଲା ବୋଲି ପଚାରିବାରୁ ଦୋକାନୀ ଟଙ୍କା ଦେବାକୁ ମନା କରୁଥିଲେ । ଆପଣଙ୍କ ଠାରୁ ଟଙ୍କା କଣ ନେବି ବୋଲି ଦୋକାନୀ କହୁଥିବା ବେଳେ ତାଙ୍କ ହାତକୁ ୫୦୦ ଟଙ୍କା ବଢାଇ ଦେଲେ ପୋଲିସ ବାବୁ । ଆଉ କହିଲେ ଯେତେ ହେଲା କାଟିନିଅ... ଯଦି ତମକୁ ଟଙ୍କା ନଦେଇ ମୁଁ ଦୀପ ନେବି ତେବେ ମୋର ପାପ ହେବ ବୋଲି ପୋଲିସ ବାବୁ କହିବା ପରେ ଦୋକାନୀ ଟଙ୍କା ରଖିଥିଲେ ।
ଆହୁରି ପଢନ୍ତୁ-
ଘଟଣାକୁ ଅନ୍ୟ ଜଣେ ପୋଲିସ ରେକର୍ଡ କରୁଥିବା ବେଳେ ଏଏସପି ଏହାକୁ ଦେଖି କହୁଛନ୍ତି- ଆରେ ଭାଇ ଏସବୁ କାଇଁ ରେକର୍ଡ କରୁଛ । ତେଣୁ ପୋଲିସ ବାବୁଙ୍କ ଏହି ବ୍ୟବହାର ସମସ୍ତଙ୍କ ମନ ଜିଣିଥିବା ବେଳେ ଦୀପାବଳିରେ ଏଏସପି ବାଣ ନଫୁଟାଇ ଦୀପ ଦୋକାନୀଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି ।
ସେପଟେ ଆଉ ଏକ ଭିଡିଓ ମଧ୍ଯ ପୋଲିସ ବାବୁଙ୍କ ବଡପଣକୁ ସାମ୍ନାକୁ ଆଣିଛି । ସେହି ଉତ୍ତର ପ୍ରଦେଶର ହାପୁର ଅଞ୍ଚଳରେ ଧନତେରସ ଦିନ ଜଣେ ବୁଢି ମାଉସୀର ଗୋଟିଏ ବି ମାଟି ଦୀପ ବିକ୍ରି ହୋଇନଥିଲା । ଏହା ଦେଖି ଇନ୍ସପେକ୍ଟର ବିଜୟ ଗୁପ୍ତା ସେସବୁ କିଣି ନେଇଥିଲେ । ଆଉ ତାଙ୍କୁ ଟଙ୍କା ଦେଇ କହିଥିଲେ ଯେ ଏହି ଟଙ୍କାରେ ବୁଢୀ ମାଆ ନିଶ୍ଚିତ ଭାବେ ଉତ୍ସବ ପାଳନ କରିପାରିବେ। ଏହା ପରେ ପୋଲିସ ବାବୁଙ୍କ ବୁଢୀ ମାଉସୀ ଆଶୀର୍ବାଦ କରିବା ସହ ପୋଲିସ ବାବୁଙ୍କୁ ସମସ୍ତେ ସଲାମ୍ କରିଛନ୍ତି ।
Police | uttarpradesh
ଆହୁରି ପଢନ୍ତୁ-
Typhoon Pengsen moving towards China: ଚୀନ୍ ସମୁଦ୍ରରେ ବୁଡ଼ିଯିବ! ଟାଇଫୁନ୍ ଫେଙ୍ଗସେନ୍ ନେଇ ଆତଙ୍କ ସୃଷ୍ଟି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/21/salute-police-2025-10-21-18-54-05.jpg)