କମଳନାଥଙ୍କ ଘରେ ପହଞ୍ଚିଲା ପୁଲିସ, କାରଣ ଜାଣନ୍ତୁ

Advertisment
କମଳନାଥଙ୍କ ଘରେ ପହଞ୍ଚିଲା ପୁଲିସ, କାରଣ ଜାଣନ୍ତୁ

ଭୋପାଳ: ସାରା ଦେଶରେ ଲୋକସଭା ନିର୍ବାଚନର ହୋହଲ୍ଲା ଚାଲିଥିବା ବେଳେ ମଧ୍ୟପ୍ରଦେଶରୁ ଆସିଛି ବଡ ଖବର । କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବଙ୍ଗଳାରେ ପୁଲିସ ପହଞ୍ଚିଛି। କମଲନାଥଙ୍କ ବ୍ୟକ୍ତିଗତ ସହାୟକ ବା ପିଏ ଆରକେ ମିଗଲାନୀ ଏକ ଆପତ୍ତିଜନକ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଛିନ୍ଦୱାଡ଼ାର ବିଜେପି ପ୍ରାର୍ଥୀ ବିବେକ ବଣ୍ଟି ସାହୁ ଏହି ଅଭିଯୋଗ କରିଛନ୍ତି।

ବିବେକ ବଣ୍ଟି ସାହୁ ଅଭିଯୋଗ କରିଛନ୍ତି ଯେ କମଲନାଥଙ୍କ ପିଏ ଆରକେ ମିଗଲାନୀ ତାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ପାଇଁ ଜଣେ ସାମ୍ବାଦିକଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲେ। ବଣ୍ଟି ସାହୁ ମଧ୍ୟ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଉଭୟଙ୍କୁ ପଚରାଉଚରା କରିବା ପାଇଁ ସୋମବାର ପୁଲିସ କମଲନାଥଙ୍କ ଛିନ୍ଦୱାଡା ବଙ୍ଗଳାରେ ପହଞ୍ଚିଥିଲା।

ଛିନ୍ଦୱାଡାରେ ଥିବା କମଲନାଥଙ୍କ ବଙ୍ଗଳାରେ ପୁଲିସ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୁଲିସ କହିଛି ଯେ ସେମାନେ ମିଗଲାନୀଙ୍କୁ ପଚରାଉଚରା କରିବାକୁ କମଳନାଥଙ୍କ ବଙ୍ଗଳାକୁ ଆସିଥିଲେ। ଏ ନେଇ ବଣ୍ଟି ସାହୁ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe