ଝାଡ଼ଖଣ୍ଡରେ ପୁଲିସ ଉପରେ ପୁଲିସର ଲାଠିମାଡ଼

Advertisment
ଝାଡ଼ଖଣ୍ଡରେ ପୁଲିସ ଉପରେ ପୁଲିସର ଲାଠିମାଡ଼

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପୁଲିସ ଆଜି ରାଞ୍ଚି ସ୍ଥିତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆନ୍ଦୋଳନରେ ବସିଥିବା ଏସ୍‌ପିଓ ( ସ୍ବତନ୍ତ୍ର ପୁଲିସ ଅଫିସର)ଙ୍କ ଉପରେ ଲାଠିମାଡ଼ କରିଛି। ଠିକା ଏସ୍‌ପିଓମାନେ ସ୍ଥାୟୀ ନଯୁକ୍ତି ସ‌ହ ବିଭିନ୍ନ ଦାବି ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆନ୍ଦୋଳନରେ ବସିଥିଲେ। ସେମାନେ ପ୍ରଥମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ କିନ୍ତୁ ପୁଲିସ ସେମାନଙ୍କୁ ଘଉଡ଼ାଇବାପାଇଁ ଚେଷ୍ଟା କରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଝାଡ଼ଖଣ୍ଡ ପୁଲିସ ଠିକା ଏସ୍‌ପିଓଙ୍କ ଉପରେ ଲାଠି ମାଡ଼ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଝାଡ଼ଖଣ୍ଡ ପୁଲିସର ଏହି କାର୍ଯ୍ୟକୁ ଏସ୍‌ପିଓମାନେ କଡ଼ା ନିନ୍ଦା‌ କରିଛନ୍ତି।

ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଆନ୍ଦୋଳନକାରୀମାନେ ଦୀର୍ଘ ୧୮ ଦିନ ଧରି ରାଞ୍ଚି‌‌ରେ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକାରୀ ଡିଜିପି ଏବଂ ଗୃହ ସଚିବଙ୍କ ସହ କଥା ହୋଇଛନ୍ତି। ରାଜ୍ୟ ସରକାର ସେମାନଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବୃଦ୍ଧି କରିବା ସହ ପାରିଶ୍ରମିକ ମଧ୍ୟ ୨୫ ପ୍ରତିଶତ ବୃଦ୍ଧି କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe