The Hindu
ନୂଆଦିଲ୍ଲୀ : ଶାହିନ ବାଗ ଆନ୍ଦୋଳନ ନେଇ ପୂର୍ବ ମୁଖ୍ୟ ସୂଚନା କମିସନର ବଜାହତ ହବିବୁଲ୍ଲା ଆଜି ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଧାରଣାସ୍ଥଳକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ନିମନ୍ତେ ପୁଲିସ ହିଁ ଦାୟୀ। ସରକାର ଗୋଟିଏ ପଟେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ନିମନ୍ତେ କୌଣସି ଆଗ୍ରହ ଦେଖାଇ ନଥିବା ବେଳେ ଅନ୍ୟପଟେ ପୁଲିସ ହିଁ ଆନ୍ଦୋଳନସ୍ଥଳ ନିକଟରେ ରାସ୍ତା ଅବରୋଧ କରିଛି ବୋଲି ସେ ଦର୍ଶାଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏବେ ମଧ୍ୟସ୍ଥି ସଂଜୟ ହେଗଡ଼େ ଏବଂ ସାଧାନ ରାମଚନ୍ଦ୍ରନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ଏଥିରେ ସହଯୋଗ କରିବା ପାଇଁ ହବିବୁଲ୍ଲାଙ୍କୁ ନିଯୁକ୍ତି ଦିଆଯାଇଥିଲା।
Follow Us