ସେପ୍ଟେମ୍ବରରେ ‘ନିଟ୍’ ଓ ‌‘ଜେଇଇ’ ପରୀକ୍ଷା ଆୟୋଜନ ବିରୋଧରେ ପ୍ରତିବାଦ କରୁଥିବା ସମାଜବାଦୀ ପାର୍ଟିର କର୍ମୀଙ୍କୁ ପୁଲିସର ଲାଠିମାଡ଼

Advertisment
ସେପ୍ଟେମ୍ବରରେ ‘ନିଟ୍’ ଓ ‌‘ଜେଇଇ’ ପରୀକ୍ଷା ଆୟୋଜନ ବିରୋଧରେ ପ୍ରତିବାଦ କରୁଥିବା ସମାଜବାଦୀ ପାର୍ଟିର କର୍ମୀଙ୍କୁ ପୁଲିସର ଲାଠିମାଡ଼

Image Courtesy of Hindustan Times

ଲକ୍ଷ୍ନୌ: ମହାମାରୀ ମଧ୍ୟରେ ସେପ୍ଟେମ୍ବର ମାସରେ ମେଡିସିନ୍ ଓ ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ ନିମନ୍ତେ ସ୍ନାତକ ଶ୍ରେଣୀ ନିମନ୍ତେ ଅଲ୍‌-ଇଣ୍ଡିଆ ଜଏଣ୍ଟ୍‌ ଏଣ୍ଟ୍ରାନ୍ସ୍ ଏକ୍ସାମିନେସନ୍ କରାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଭବନ ସମ୍ମୁଖରେ ପ୍ରତିବାଦ କରୁଥିବା ସମାଜବାଦୀ କର୍ମୀମାନଙ୍କୁ ଘଉଡ଼ାଇବା ଲାଗି ଗୁରୁବାର ଦିନ ପୁଲିସ ଲାଠି ଚାର୍ଜ କରିଛି।

ଆଜି ଅପରାହ୍ଣରେ  ଛାତ୍ର ଶାଖା ସମେତ ସମାଜବାଦୀ ପାର୍ଟିର କର୍ମୀମାନେ ରାଜଭବନ ସମ୍ମୁଖରେ ହାଜର ହୋଇଥିଲେ। ଛାତ୍ରଛାତ୍ରୀଙ୍କ ନିମନ୍ତେ ମହାମାରୀ ବିପଜ୍ଜନକ ହେବାର ଆଶଙ୍କା ଥିବା ବେଳେ ‘ନିଟ୍‌’ ଓ ‘ଜେଇଇ’ ପରୀକ୍ଷା କରାଉଥିବାରୁ ସେମାନେ ସରକାର ବିରୋଧୀ ସ୍ଲୋଗାନ୍ ଦେଇଥିଲେ।

ସମାଜବାଦୀ ପାର୍ଟି କର୍ମୀମାନଙ୍କୁ ପୁଲିସ ଅଟକାଇବା ସହ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା। ପରେ ସେମାନଙ୍କୁ ଅଟକ ରଖାଯାଇ ପୁଲିସ ଲାଇନ୍‌ ପଠାଇ ଦିଆଯାଇଥିବା କଥା ଜଣେ ବରିଷ୍ଠ ପୁଲିସ କର୍ମଚାରୀ କହିଛନ୍ତି।

କରୋନାଭାଇରସ୍ ମହାମାରୀ ମଧ୍ୟରେ ‘ନିଟ୍‌’ ଓ ‘ଜେଇଇ’ କରାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ପୂର୍ବରୁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ମୁକ୍ତ ଚିଠିରେ ଲେଖିଥିଲେ। ସେ କହିଥିଲେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଅକାରଣରେ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ବିପଦଗାମୀ କରାଉଛି।

publive-image Image Courtesy of Hindustan Times

ଚିଠରେ ସେ ଲେଖିଛନ୍ତି, ବିଜେପି ହାସ୍ୟାସ୍ପଦ ଏବଂ ଅଯୌକ୍ତିକ କଥା ପ୍ରସାର କରୁଛି। କହୁଛି ଲୋକେ ଅନ୍ୟ କାମ ଲାଗି ବାହାରି ପାରୁଥିବା ବେଳେ ପରୀକ୍ଷା ଦେଇ ପାରିବେ ନାହିଁ କାହିଁକି? ବିଜେପି ଭୁଲି ଯାଇଛି ଯେ, ଲୋକେ ବାଧ୍ୟବାଧ୍ୟକତା ଯୋଗୁଁ ପଦାକୁ ଆସୁଛନ୍ତି। ଯେଉଁମାନେ ଘରେ ନିଜକୁ ନିରାପଦ ରଖିବାକୁ ଚାହୁଁଥିଲେ ଏବେ ସେମାନେ ପରୀକ୍ଷା ଦେବା ନାଁରେ ପଦାକୁ ବାହାରିବାକୁ ବାଧ୍ୟ ହେଉଛନ୍ତି।

ସେ ପଚାରିଛନ୍ତି, ଛାତ୍ରଛାତ୍ରୀମାନେ ସଂକ୍ରମିତ ହେଲେ କିଏ ଦାୟୀ ହେବ। କେବଳ ତାଙ୍କୁ ଭୋଟ୍‌ ଦେଇଥିବା ଲୋକଙ୍କ କଥା ହିଁ ଗୈରିକ ଦଳ ବିଚାର କରୁଛି।

ସେ ଅଭିଯୋଗ କରିଛନ୍ତି, ମନେହୁଏ ବେକାରୀ ସମସ୍ୟାର ସମ୍ମୁଖୀନ ହେଉଥିବା ଯୁବବର୍ଗ ଆଉ ଭୋଟ୍‌ ଦେବେନାହିଁ ବୋଲି ବିଜେପି ଜାଣିପାରିଛି। ତେଣୁ, ସେମାନଙ୍କ ଏବଂ ସେମାନଙ୍କ ଅଭିଭାବକମାନଙ୍କ ବିପକ୍ଷରେ ପ୍ରତିହିଂସା ପରାୟଣ ଧାରାରେ କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe