ପରୀକ୍ଷା କେନ୍ଦ୍ରରେ ନିଟ୍ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

Advertisment
ପରୀକ୍ଷା କେନ୍ଦ୍ରରେ ନିଟ୍ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

The News Minute

କୋଲାମ: କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ସମୟରେ ଅସମ୍ମାନଜନକ ପରିସ୍ଥିତିର ଶିକାର ହେବାକୁ ପଡ଼ିଛି ବୋଲି ଗତକାଲି ଛାତ୍ରୀଙ୍କ ଅଭିଭାବକ ଅଭିଯୋଗ ଆଣିଥିଲେ। ଛାତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ସମୟରେ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତ୍ତି କରି ‌ଯେଉଁମାନେ ଛାତ୍ରୀମାନଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ୍‌ ପକ୍ଷରୁ ଜାଣିବାକୁ ମିଳିଛି ଯେ ଭାରତୀୟ ପିଙ୍ଗଳ କୋଡର ଧାରା ୩୫୪ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

କିଛି ମହିଳା ଅଧିକାରୀ ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବା ପରେ ଯାଇ ମାମଲା ରୁଜୁ ହୋଇଛି। ସେମାନେ କହିଛନ୍ତି ଯେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମ‌ାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।

ସୂଚନା ଅନୁସାରେ ସୁରକ୍ଷା ଯାଞ୍ଚ ବେଳେ ସେମାନଙ୍କ ଅନ୍ତବସ୍ତ୍ରର ମେଟାଲିକ ହୁକ ଯୋଗୁ ଶବ୍ଦ ଶୁଣାଯାଉଥିବାରୁ ଉକ୍ତ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଅନ୍ତବସ୍ତ୍ର ଖୋଲିଦେବା ଲାଗି ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଜନୈକା ପରୀକ୍ଷାର୍ଥୀଙ୍କ ବାପା ପୁଲିସ ନିକଟରେ ଏପରି ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ପ୍ରକାଶିତ ଖବର ଅନୁସାରେ ଘଟଣାଟି ହେଉଛି କେରଳର କୋଲାମ ଜିଲ୍ଲାର । ଏକ ନିଟ୍ ପରୀକ୍ଷା କେନ୍ଦ୍ରରେ ମହିଳା ସୁରକ୍ଷା କର୍ମୀମାନେ ଛାତ୍ରୀଙ୍କୁ ମେଟାଲିକ ହୁକ୍ ପାଇଁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ । ଏହାପରେ ଛାତ୍ରୀ ଜଣକ ନିଜ ଅନ୍ତବସ୍ତ୍ର ବାହାର କରି ତାଙ୍କ ମା’ଙ୍କୁ ଦେଇଦେଇଥିଲେ । କାରଣ ଅନ୍ତବସ୍ତ୍ରରେ ଲାଗିଥିବା ମେଟାଲିକ ହୁକ୍  ସୁରକ୍ଷା ଯାଞ୍ଚ ସମୟରେ ଶବ୍ଦ କରୁଥିବା ଯୋଗୁ ତାଙ୍କୁ ପରୀକ୍ଷା ହଲରେ ବସିବାକୁ ଅନୁମତି ମିଳିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe