ସଂସଦରେ ୱାକଫ୍ ବିଲ ପାସ୍ ହେଲା, ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେଲା

police march in up

ଲକ୍ଷ୍ନୌ: ୱାକଫ୍ ବିଲ ପାସ୍ ପରେ ସଜାଗ ରହିଛି ଉତ୍ତରପ୍ରଦେଶ ପୋଲିସ । ନମାଜ ପୂର୍ବରୁ ସହରରେ ବଢାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା । ଲକ୍ଷ୍ନୌ ଏବଂ ସମ୍ଭଲରେ ପୋଲିସ ପକ୍ଷରୁ କଡା ନଜର ରଖାଯାଇଛି । ଶୁକ୍ରବାର ପ୍ରାର୍ଥନା ସମୟରେ କାଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ତେଣୁ ଆଗୁଆ ସହର ସାରା ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ ।

ତେବେ ୱାକଅଫ୍ ବିଲକୁ ନେଇ ବିରୋଧ ହେଉଥିବା ବେଳେ କାଳେ କୌଣସି ଅସାମାଜିକ ବ୍ୟକ୍ତି ଅପପ୍ରଚାର କରିପାରନ୍ତି କିମ୍ବା ଗଣଗୋଳ-ଦଙ୍ଗା ପାଇଁ ଉସୁକାଇ ପାରନ୍ତି । ତେଣୁ ପୋଲିସ ସହରର ଗଳି କନ୍ଦିରେ ପଇଁତରା ମାରୁଛି, ଲୋକଙ୍କୁ ବିଲ ବାବଦରେ ବୁଝାଉଛି । ଏବଂ ଡ୍ରୋନ ଜରିଆରେ ଆକାଶ ଉପରୁ ନଜର ରଖିଛି । 

ସେପଟେ ସୋସିଆଲ ମିଡିଆ ଉପରେ ମଧ୍ଯ ନଜର ରଖିଛି ପୋଲିସ । ଯଦି କେହି ସୋସିଆଲ ମିଡିଆରେ ଅପ୍ରୀତିକର ପୋଷ୍ଟ କରି ଦଙ୍ଗା ପାଇଁ ଉସୁକାଏ ତେବେ ଉକ୍ତ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବା ସହ କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି । ଏଥିସହ ଆଗକୁ ରାମନବମୀ, ହନୁମାନ ଜୟନ୍ତୀ ଏବଂ ଆମ୍ବେଦକର ଜୟନ୍ତୀ ଥିବାରୁ ଗଣ୍ଡଗୋଳ ଆଶଙ୍କାରେ ପୋଲିସ ଏବେଠୁ ସଜାଗ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe