ଅଜଣା ଭାବି ଫେସବୁକରେ ଅଶ୍ଲୀଳ ଚାଟ୍ କରୁଥିଲେ ପୁଲିସ ବାବୁ, ସାମ୍ନାରେ ପତ୍ନୀଙ୍କୁ ଦେଖି ଉଡ଼ିଲା ହୋସ

Advertisment
ଅଜଣା ଭାବି ଫେସବୁକରେ ଅଶ୍ଲୀଳ ଚାଟ୍ କରୁଥିଲେ ପୁଲିସ ବାବୁ, ସାମ୍ନାରେ ପତ୍ନୀଙ୍କୁ ଦେଖି ଉଡ଼ିଲା ହୋସ

ଇନ୍ଦୋର: ଫଶିଗଲେ ପୁଲିସ ବାବୁ। ବିବାହିତ ହୋଇ ବି ଅଜଣା ଯୁବତୀଙ୍କ ସହ ଅଶ୍ଲୀଳ ଚାଟ୍ କରିବା ପଡ଼ିଲା ଭାରୀ। ଫେସବୁକରେ ଅଜଣା ଯୁବତୀଙ୍କୁ ଚୁମ୍ବନ ଦେବାକୁ କହିବା ସହ ଶାରୀରିକ ସଂପର୍କ ରଖିବାକୁ ପୁଲିସବାବୁ କହୁଥି‌ଲେ। ହେଲେ ଜଣାନଥିଲା ଯେ, ଅଜଣା ଯୁବତୀଙ୍କଜଣକ ଆଉ କେହି ନୁହନ୍ତି, ବରଂ ତାଙ୍କ ପତ୍ନୀ। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ।

ସୂଚନା ମୁତାବକ, ଇନ୍ଦୋରର ସୁଖଲିଆର ବାସିନ୍ଦା ମନୀଷା ଚାବାଣ୍ଡା ୨୦୧୯ରେ ପୁଲିସକର୍ମୀ ସତ୍ୟମ ବହଲଙ୍କୁ ବିବାହ କରିଥିଲେ। କିଛି ଦିନ ପାଇଁ ସତ୍ୟମ ମନୀଷାଙ୍କୁ ଭଲରେ ରଖିଥିଲେ, କିନ୍ତୁ ଏହା ପରେ ନିର୍ଯାତନା ଦେବା ଆରମ୍ଭ କରିଥିଲା। ସତ୍ୟମ ପତ୍ନୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ଆରମ୍ଭ କରିବା ସହ ଘଣ୍ଟା ଘଣ୍ଟା ଧରି ଶୌଚାଳୟରେ ତାଲା ପକାଇ ରଖୁଥିଲେ। କାମରୁ ଫେରିବା ପରେ ମାଡ଼ ମାରିବା ସହ ଯୌତୁକ ଆଣିବା ପାଇଁ ଚାପ ପକାଉଥିଲେ। ଏଭଳି ହେବାରୁ ମନୀଷା ପୁଲିସରେ ଅଭିଯୋଗ କରିବା ସହ ସତ୍ୟମକୁ ଜେଲ ପଠାଇଥିଲେ। ସତ୍ୟମ ଜେଲ ଯିବା ପରେ ମନୀଷା ନିଜ ବାପ ଘରକୁ ଯାଇ ରହିବା ଆରମ୍ଭ କରିଥିଲେ। ଏମଧ୍ୟରେ ଜାମିନରେ ବାହାରକୁ ଆସିଥିଲେ ସତ୍ୟମ।

ଜେଲରୁ ବାହାରକୁ ଆସିବା ପରେ ସ୍ବାମୀଙ୍କ ଉପରେ ସନ୍ଦେହ ହେବାରୁ ମନୀଷା ନକଲି ଫେସବୁକ୍ ଆକାଉଣ୍ଟ ତିଆରି କରି ସତ୍ୟମଙ୍କ ସହ କଥା ହେବା ଆରମ୍ଭ କରିଥିଲେ। କିଛି ଦିନ କଥା ହେବା ପରେ ସତ୍ୟମ ମନୀଷ‌ାଙ୍କୁ ଅଜଣା ଯୁବତୀ ଭାବି ଚୁମ୍ବନ ଦେବାକୁ କହିଥିଲେ ଏବଂ ଶାରୀରିକ ସଂପର୍କ ରଖିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହା ଦେଖି ମନୀଷା ଏବେ ଜିଲ୍ଲା କୋର୍ଟରେ ଏହାର ଅଭିଯୋଗ କରିଛନ୍ତି। ଏତେ ଦିନ ଧରି ଘୃଣା କରୁଥିବା ପତ୍ନୀଙ୍କ ସହ କଥା ହେଉଥିବା ଜାଣି ଏବେ ସତ୍ୟମଙ୍କ ପାଦ ତଳୁ ମାଟି ଖସିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe