ଶିବପୁରୀରେ ଗାଈକୁ ଧକ୍କା ଦେଇ ମାରିଲା ଗ୍ୟାଙ୍ଗ୍‌ଷ୍ଟର୍‌ ଆତିକ୍‌ ଅହମଦ୍‌ଙ୍କୁ ପ୍ରୟାଗରାଜ ନେଇ ଯାଉଥିବା ପୁଲିସ ଗାଡ଼ି

Advertisment
ଶିବପୁରୀରେ ଗାଈକୁ ଧକ୍କା ଦେଇ ମାରିଲା ଗ୍ୟାଙ୍ଗ୍‌ଷ୍ଟର୍‌ ଆତିକ୍‌ ଅହମଦ୍‌ଙ୍କୁ ପ୍ରୟାଗରାଜ ନେଇ ଯାଉଥିବା ପୁଲିସ ଗାଡ଼ି

Image Courtesy of India Today

ନୂଆଦିଲ୍ଲୀ: ଗ୍ୟାଙ୍ଗ୍‌ଷ୍ଟର୍‌ରୁ ରାଜନେତା ହୋଇଥିବା ଆତିକ୍‌ ଅହମଦ୍‌ଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ନେଉଥିବା ଗାଡ଼ି ସଙ୍ଗରେ ଯାଉଥିବା ପୁଲିସ ଗାଡ଼ିମାନଙ୍କ ମଧ୍ୟରୁ ଗୋଟିଏ ଗାଡ଼ି ଆଜି ଶିବପୁରୀରେ ଏକ ଗାଈକୁ ଧକ୍କା ଦେଇ ମାରିଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ଗାଡ଼ି ଧକ୍କା ଖାଇ ଘଟଣାସ୍ଥଳରେ ହିଁ ଗାଈଟିର ମୃତ୍ୟୁ ଘଟିଛି। ଆତିକ୍‌ଙ୍କୁ ନିଆଯାଉଥିବା ଗାଡ଼ି ସଙ୍ଗରେ ଯାଉଥିବା ପୁଲିସ ଗାଡ଼ି ସବୁ ରାସ୍ତା ମଝି‌ରେ ଅଟକି ଯାଉଥିବା ଦୃଶ୍ୟ ମଧ୍ୟ ଗୋଟାଏ ଭିଡିଓରେ ଦେଖାଯାଉଛି।

ଆତିକ୍‌ ଅହମଦ୍‌ ହେଉଛନ୍ତି ୨୦୦୫ରେ ସଙ୍ଗଠିତ ‘ବିଏସ୍‌ପି’ ବିଧାୟକ ରାଜୁ ପଟେଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଏହାଛଡ଼ା, ଏହି ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ଉମେଶ ପାଲ୍‌ଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଅହମଦ୍‌ ‌ଓ ତାଙ୍କ ସହ‌ଯୋଗୀମାନଙ୍କୁ ଅଭିଯୁକ୍ତ କରାଯାଇଛି।

publive-image Image Grabbed From Video

କଡ଼ା ସୁରକ୍ଷା ବ୍ୟବସ୍ଥା କରି ୪୫ଜଣିଆ ଉତ୍ତର ପ୍ରଦେଶ ପୁଲିସ ଟିମ୍‌ ରବିବାର ଦିନ ଗୁଜରାଟର ସାବରମତୀ ଜେଲ୍‌ରୁ ଆତିକ୍‌ଙ୍କୁ ପ୍ରୟାଗରାଜକୁ ନେଉଛି। ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ପ୍ରୟାଗରାଜରେ ପହଞ୍ଚାଯିବ ବୋଲି ପୁଲିସ କହିଥିଲା। ୨୦୧୯ ଜୁନ୍‌ରୁ ଆତିକ୍‌ ସାବରମତୀ ଜେଲ୍‌ରେ କଏଦୀ ଭାବେ ରହି ଆସୁଥିଲେ।

ମାର୍ଚ ୨୮ ତାରିଖ ଦିନ ଆତିକ୍‌ଙ୍କୁ ପ୍ରୟାଗରାଜର ଗୋଟାଏ ଅଦାଲତରେ ହାଜର କରାଯିବ। ସେ ଅଦାଲତରେ ତାଙ୍କ ବିରୋଧରେ ଆଗତ ମାମଲାର ରାୟ ଶୁଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe