ବାଡ଼ ଯେବେ କ୍ଷେତ ଖାଏ: ପୁଲିସ ବାବୁ ଆଇପିଏଲ ବେଟିଂ କରୁଥିବାବେଳେ ମାଡିବସିଲା ପୁଲିସ

Advertisment
୨୪ରେ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌, ବେଟିଂ ବଜାର ଚଳଚଞ୍ଚଳ

SportzWiki Hindi

ବାଙ୍ଗାଲୋର: ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ବେଟିଂ ଏବଂ ଜୁଆ ଖେଳୁଥିବା ରାକେଟ ଉପରେ ନଜର ରଖିବା ପାଇଁ ପୁଲିସ ପକ୍ଷରୁ  ଟିମ ଗଠନ କରାଯାଇଥିଲା | ହେଲେ ଏହି ଟିମର ସଦସ୍ୟ ନିଜେ ବେଟିଂ ଅଭିଯୋଗରେ ଗିରଫ ହେବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି | କର୍ଣ୍ଣାଟକ ପୁଲିସର କ୍ରାଇମ ବ୍ୟୁରୋର ଜଣେ କର୍ମଚାରୀଙ୍କୁ ବେଟିଂ ରାକେଟ୍ ଚଳାଇଥିବା ଅଭିଯୋଗରେ ଗିରଫ କରାଯାଇଛି। ସୂଚନା ମୁତାବକ କର୍ଣ୍ଣାଟକ ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କଠାରୁ ସୂଚନା ମିଳିବା ପରେ ଉକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହି ପୁଲିସ କର୍ମଚାରୀଙ୍କ ନାମ ମଂଜୁନାଥ ହୋଇଥିବା ବେଳେ ସେ ଜଣେ ହେଡ଼ କନେଷ୍ଟବଳ |

ତେବେ ଆଇପିଏଲ ମ୍ୟାଚକୁ ନେଇ ଚାଲିଥିବା ବେଟିଂକୁ ରୋକିବା ପାଇଁ କର୍ଣ୍ଣାଟକ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା | ଏହି ଟିମ ବେଟିଂ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ପୁଳା ପୁଳା ଟଙ୍କା ମଧ୍ୟ ଜବତ କରୁଥିଲା | ଆଉ ଏହି ଟିମରେ ମଂଜୁନାଥଙ୍କୁ ସାମିଲ କରାଯାଇଥିଲା | ତେବେ ଗତ ସପ୍ତାହରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଏହି ବେଟିଂରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ନେଇ ସୂଚନା ମିଳିଥିଲା |

ଏହା ପରେ ମଂଜୁନାଥଙ୍କ ଉପରେ ନଜର କରାଯାଇଥିଲା | ଆଉ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି | ଏହାକୁ ନେଇ ଚିକବଲାଲ୍ପୁରର ପୁଲିସ ଅଧିକ୍ଷକ ଜି.କେ ମିଥୁନ କୁମାର କହିଛନ୍ତି ଯେ ମଂଜୁନାଥ କେବଳ ରାକେଟ ଚଳାଉ ନଥିଲେ ବରଂ ରାକେଟ ଚଳାଉଥିବା ବ୍ୟକ୍ତବିଶେଷଙ୍କୁ ପୁଲିସ ରେଡ ବାବଦରେ ଗୁପ୍ତ ସୂଚନା ମଧ୍ୟ ଦେଉଥିଲେ | ଏବେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe