୬୨ଟି ଏନକାଉଣ୍ଟର କରିଥିବା ପୁଲିସ ଡ଼ିଏସପିଙ୍କ ଆତ୍ମହତ୍ୟା

Advertisment
୬୨ଟି ଏନକାଉଣ୍ଟର କରିଥିବା ପୁଲିସ ଡ଼ିଏସପିଙ୍କ ଆତ୍ମହତ୍ୟା

ପାଟନା: ବିହାର ପୁଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବରେ ଜଣାଶୁଣା ପୂର୍ବତନ ଡିଏସପି କୃଷ୍ଣ ଚନ୍ଦ୍ର ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ନିଜ ସୁଇସାଈଡ଼ ନୋଟରେ ସେ ଏଥିପାଇଁ ନିଜର ମାନସିକ ଅବସାଦ ଏବଂ ପଡ଼ୋଶୀଙ୍କୁ ଦାୟୀ କରିଛନ୍ତି । ମିଳିଥିବା ସୂଚନା ମୁତାବକ କେ ଚନ୍ଦ୍ରଙ୍କୁ ବିହାରର ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କ ମଧ୍ୟରେ ଗଣାଯାଇଥିଲା |

publive-image Image Source: News Nation

ସେ ୩୭ ବର୍ଷର ଚାକିରିରେ ୬୦ ରୁ ଅଧିକ ଏନକାଉଣ୍ଟର କରିଥିଲେ। ଅବସର ନେବା ପରେ ସେ ନିଜ ପରିବାର ସହିତ ପାଟନାରେ ରହୁଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଦୁଇ ପୃଷ୍ଠାର ଆତ୍ମହତ୍ୟା ନୋଟ ମଧ୍ୟ ଲେଖିଥିଲେ ଯାହା ପୁଲିସ ଉଦ୍ଧାର କରିଛି। ସେ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି, "ମୁଁ ଗତ ୧୬ ବର୍ଷ ଧରି ଚିକିତ୍ସିତ ହେଉଥିଲି। ମାନସିକ ଅବସାଦ ହେତୁ ମୁଁ ଅନେକ ମାସ ପର୍ଯ୍ୟନ୍ତ ଶୋଇ ନାହିଁ ଏବଂ ପଡୋଶୀଙ୍କ କାରଣରୁ ମୋର ଅବସାଦ ଆହୁରି ବଢିଯାଇଛି , ଯାହା ତାଙ୍କୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଛି। ''

ସେ ଆତ୍ମହତ୍ୟା ପାଇଁ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି। ଦ୍ୱିତୀୟ ଆତ୍ମହତ୍ୟା ନୋଟରେ ସେ ନିଜ ପୁଅକୁ ସମ୍ବୋଧିତ କରି ମୃତ୍ୟୁ ପରେ କଣ କରିବାକୁ ହେବ ସେ ବିଷୟରେ ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe