ପୁଲିସ ଗୁଳିରେ ଅମୃତସର ଗ୍ରେନେଡ୍ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ନିପାତ

ଅମୃତସର ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପଞ୍ଜାବ ପୁଲିସ ଏନକାଉଣ୍ଟରରେ ନିପାତ କରିଛି। ଜୟନ୍ତୀପୁର ଓ ରାୟମାଳ ଗ୍ରେନେଡ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମୋହିତ ଓ ତା'ର ଦୁଇ ସହଯୋଗୀଙ୍କୁ ବଟାଲା ପୁଲିସ ଘେରାଉ କରିଥିଲା। 

police

ଚଣ୍ଡିଗଡ଼: ଅମୃତସର ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପଞ୍ଜାବ ପୁଲିସ ଏନକାଉଣ୍ଟରରେ ନିପାତ କରିଛି। ଜୟନ୍ତୀପୁର ଓ ରାୟମାଳ ଗ୍ରେନେଡ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମୋହିତ ଓ ତା'ର ଦୁଇ ସହଯୋଗୀଙ୍କୁ ବଟାଲା ପୁଲିସ ଘେରାଉ କରିଥିଲା। 

ଗତ ଜାନୁଆରି ମାସରେ ଅମୃତସରର ଜୟନ୍ତୀପୁର ଗାଁରେ କଂଗ୍ରେସ ନେତା ଅମନଦୀପଙ୍କ ଘରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ପୁଣି ଗତ ଫେବ୍ରୁଆରି ୧୭ ତାରିଖରେ ଗୁରୁଦାସପୁରର ରାଇମାଲ ଗାଁରେ ଜଣେ ପଞ୍ଜାବ ପୁଲିସ କନଷ୍ଟେବଳଙ୍କ ସମ୍ପର୍କୀୟଙ୍କ ଘର ବାହାରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା।

ଦୁଇଦିନ ତଳେ ରାଜ୍ଯର ତରନ ତାରନ ଜିଲ୍ଲୀର ଖେମ କରନଠାରେ ମଧ୍ୟ ପୁଲିସର ଏକ ଏନକାଉଣ୍ଟରରେ ୨ ଅପରାଧୀ ଆହତ ହୋଇଥିଲେ । ସେମାନେ ପୁଲିସ ଉପରକୁ ଗୁଳିଚଳାଇ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୁଲିସର ପାଲଟା ଗୁଳିଚାଳନାରେ ଆହତ ହୋଇଥିଲେ । ସେମାନଙ୍କ ଗୋଡ଼ରେ ପୁଲିସର ଗୁଳି ବାଜିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe