ଲିଙ୍ଗାୟତ ମହନ୍ତଙ୍କ ବିରୋଧରେ ପୁଲିସର ଚାର୍ଜସିଟ୍‌ ଦାଖଲ

ନାବାଳିକାଙ୍କୁ ନିଶାସକ୍ତ କରି ଯୌନ ନିର୍ଯାତନା ଦେଉଥିଲେ

ଲିଙ୍ଗାୟତ ମହନ୍ତଙ୍କ ବିରୋଧରେ ପୁଲିସର ଚାର୍ଜସିଟ୍‌ ଦାଖଲ

the siasat daily

ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୂର୍ଗ ଜିଲ୍ଲାର ମୁରୁଘ ମଠର ପ୍ରମୁଖ ଲିଙ୍ଗାୟତ ମଠ ମହନ୍ତ ଶିବମୂର୍ତ୍ତି ମୁରୁଘ ଶରଣାରୁଙ୍କ ବିରୋଧରେ ଆଜି ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ସେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ପୀଡ଼ିତାମାନଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍‌ ପ୍ରସ୍ତୁତ ହୋଇଛି।

ମୁରୁଘ ମଠ ହଷ୍ଟେଲ୍‌‌ରେ ଥିବା ନାବାଳିକାଙ୍କୁ ଲିଙ୍ଗାୟତ ସାଧୁ ନିଶାଶକ୍ତ ‌କରି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଲିଙ୍ଗାୟତ ସମ୍ପ୍ରଦାୟର ପ୍ରମୁଖ ମହନ୍ତ ଶିବମୂର୍ତ୍ତି ମୁରୁଘ ମଠ ହ‌ଷ୍ଟେଲରେ ରହୁଥିବା ୨ ନାବାଳିକାଙ୍କୁ ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ମହନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୨ ନାବାଳିକା ଅଗଷ୍ଟ ୨୬ରେ ମୁରୁଘ ମଠ ଛାଡ଼ି ମହୀଶୁରର ଏକ ଏନ୍‌ଜିଓରେ ପହଞ୍ଚିଥିଲେ ଏବଂ ସହଯୋଗ ଲୋଡ଼ିଥିଲେ। ଶିଶୁ କଲ୍ୟାଣ କମିଟିର ସହଯୋଗ ଦ୍ବାରା ଲିଙ୍ଗାୟନ ମଠ ମହନ୍ତଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ସେପ୍ଟେମ୍ବର ୧ରେ ଅଭିଯୁକ୍ତ ମହନ୍ତ ଗିରଫ ହୋଇଥିଲେ। ପୁଲିସ ମଧ୍ୟ ଏହି ମାମଲାରେ ହଷ୍ଟେଲ ୱାର୍ଡେନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe