Image Courtesy of The Kolkata Buzz
କୋଲ୍କାତା: ଶନିବାର ସନ୍ଧ୍ୟାରେ କୋଲ୍କାତା ପୁଲିସ ‘ବିଜେପି’ କାର୍ଯ୍ୟାଳୟ ଅଦୂରସ୍ଥ ହେଷ୍ଟିଙ୍ଗ୍ସ୍ କ୍ରସିଙ୍ଗ୍ ପାଖରୁ ପ୍ରାୟ ୫୦ଟି ଦେଶୀ ବୋମା ପାଇଛି। ସାମରିକ ଗୁଇନ୍ଦାଙ୍କ ଠାରୁ ସୂଚନା ପାଇବା ପରେ ପଶ୍ଚିମବଙ୍ଗର ‘ଆଣ୍ଟି-ରାୱଡି ସେକ୍ସନ୍’ ଉକ୍ତ ବୋମାଗୁଡ଼ିକର ସନ୍ଧାନ ପାଇଥିଲା। ପୁଲିସ ବୋମା ଠାବ କରିବା ପରେ ଘଟଣାସ୍ଥଳରେ ବମ୍ ସ୍କ୍ବାଡ୍ ମଧ୍ୟ ପହଞ୍ଚିଥିଲେ। ପାଖକୁ ପାଖ ଲଦାଲଦି ହୋଇଥିବା ୪ଟି ଜରିବସ୍ତାରୁ ଉକ୍ତ ବୋମାଗୁଡ଼ିକୁ ଉଦ୍ଧାର କରାଯାଇଛି।
ପଶ୍ଚିମବଙ୍ଗ ‘ବିଜେପି’ କାର୍ଯ୍ୟାଳୟ ଅଦୂରରେ କିଏ କେଉଁଥି ପାଇଁ ଏହି ବୋମାଗୁଡ଼ିକ ରଖିଥିଲା ତା’ର ସନ୍ଧାନ ପାଇଁ ପୁଲିସ ଅଭିଯାନ ଆରମ୍ଭ କରିଛି। ଏହାଛଡ଼ା, ଦେଶୀ ବୋମା ସବୁ କେବେ ଜରିରେ ଭର୍ତ୍ତି କରାଯାଇ ସେ ସ୍ଥାନରେ ରଖାଗଲା, ସେ କଥା ମଧ୍ୟ ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି।
ସ୍ମରଣଯୋଗ୍ୟ, ଗତ ମେ ୨ ତାରିଖ ଦିନ ପଶ୍ଚିମବଙ୍ଗ ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ତୁମୁଳ ହୋଇଥିଲା।
Follow Us