ଆମେରିକାରୁ ମିଳୁଥିବା ୫୦ କୋଟି ଡଲାର ଅନୁଦାନ ବିରୋଧରେ ନେପାଳରେ ହିଂସାତ୍ମକ ବିରୋଧ

Advertisment
ଆମେରିକାରୁ ମିଳୁଥିବା ୫୦ କୋଟି ଡଲାର ଅନୁଦାନ ବିରୋଧରେ ନେପାଳରେ ହିଂସାତ୍ମକ ବିରୋଧ

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁରେ ସଂସଦ ପାଖରେ ପୁଲିସ୍ ରବିବାର ଦିନ ପ୍ରଦର୍ଶନକାରୀଙ୍କୁ ଘଉଡାଇବାପାଇଁ ଲୁହବୁହ‌ା ବାଷ୍ପ ଓ ପାଣିର ପ୍ରୟୋଗ କରିଥିଲା। ପ୍ରଦର୍ଶନକାରୀମାନେ ଆମେରିକା ଅର୍ଥରେ ପରିଚାଳିତ ନିର୍ମାଣ କାର୍ଯ୍ୟର ବିରୋଧ କରୁଥିଲେ ଯାହାକୁ ସଂସଦରେ ପାରିତ କରାଯାଇଛି। ପୁଲିସ ସହିତ ସଂଘର୍ଷରେ କିଛି ପ୍ରଦର୍ଶନକାରୀ ଆହତ ବି ହୋଇଛନ୍ତି।

ମିଲେନିୟମ୍ ଚ୍ୟାଲେଞ୍ଜ୍ ଏଜେନ୍ସି (ଏମସିସି) ଆମେରିକା ସରକାରଙ୍କ ଏକ ସହାୟତା ଏଜେନ୍ସି। ଏହି ଏଜେନ୍ସି ୨୦୧୭ରେ ନେପାଳକୁ ୫୦ କୋଟି ଡଲାର ଅନୁଦାନ ଦେବାକୁ ରାଜି ହୋଇଥିଲା। ଏହି ଅର୍ଥରେ ନେପାଳରେ ୩୦୦ କିଲୋମିଟରର ବିଜୁଳି ପ୍ରସାରଣ ଲାଇନ୍ ଲଗାଯିବ। ଏହା ସହିତ ଉନ୍ନତ ସଡକ ନିର୍ମାଣ କରିବା ପାଇଁ ମଧ୍ୟ ଅର୍ଥର ଉପଯୋଗ କରାଯିବ। ଏଥିରେ ଭାରତ-ନେପାଳକୁ ଯୋଡୁଥିବା ନିର୍ମାଣ ପ୍ରକଳ୍ପ ବି ସାମିଲ ଅଛି।

publive-image

ତେବେ ବିରୋଧୀମାନେ କହିଛନ୍ତି, ବୁଝାମଣାରେ ସଂଶୋଧନ କରାଯିବା ଉତିଚ। କାରଣ ଏଥିରେ ଥିବା କିଛି ନିୟମ ଯୋଗୁଁ ନେପାଳର ସଂପ୍ରଭୁତା ଉପରେ ବିପଦ ଆସିପାରେ। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ ଏହି ବୁଝାମଣା ଚୀନର ପ୍ରଭାବକୁ କମ କରିବା ପାଇଁ କରାଯାଉଛି, ଯେତେବେଳେ କି ନେପାଳ କୌଣସି ଦେଶ ବିରୋଧରେ ଯିବାକୁ ଚାହୁଁ ନାହିଁ। ଆମେରିକା ଏହି ସାହାଯ୍ୟର ପ୍ରତିବଦଳରେ ନେପାଳରେ ନିଜ ସୈନ୍ୟ ଆଡ୍ଡା ବନେଇପାରେ। ଏହା ଚୀନକୁ ରୋକିବାକୁ ତାର ରଣନୀତି।

ଖବର ଅନୁସାରେ ପ୍ରବଳ ବିରୋଧ ସତ୍ତେ ସଞ୍ଚାର ମନ୍ତ୍ରୀ ଜ୍ଞାନେନ୍ଦ୍ର ବାହାଦୁର କାର୍କି ସଂସଦରେ ରାଜିନାମା ରଖି କହିଥିଲେ, ଏହି ପ୍ରକଳ୍କ ଦ୍ଵରା ନେପାଳର ୩ କୋଟି ଲୋକଙ୍କ ମଧ୍ୟରୁ ୨.୪ କୋଟି ଲୋକଙ୍କୁ ଫାଇଦା ହେବ। ଏହି ଅନୁଦାନ ଦେଶର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe