କହ୍ନେୟାଲାଲଙ୍କୁ ହତ୍ୟା ପରେ ବିଗୁଡୁଛି ଉଦୟପୁରର ସ୍ଥିତି, ଦଙ୍ଗା ଆଶଙ୍କାରେ ଇଣ୍ଟରନେଟ ବନ୍ଦ ସାଙ୍ଗକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ

କହ୍ନେୟାଲାଲଙ୍କୁ ହତ୍ୟା ପରେ ବିଗୁଡୁଛି ଉଦୟପୁରର ସ୍ଥିତି, ଦଙ୍ଗା ଆଶଙ୍କାରେ ଇଣ୍ଟରନେଟ ବନ୍ଦ ସାଙ୍ଗକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ

ଜୟପୁର: ରାଜସ୍ଥାନର ଉଦୟପୁରରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ ଲେଖିଥିବା ଟେଲର କହ୍ନେୟାଲାଲଙ୍କ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି | କହ୍ନେୟାଲାଲଙ୍କ ଗଳା କାଟି ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ରାଜସମନ୍ଦ ଜିଲ୍ଲାର ଭୀମା ଅଞ୍ଚଳରୁ ଗିରଫ କରାଯାଇଛି। ଅନ୍ୟପଟେ ବହୁ ସଂଖ୍ୟାରେ ହିନ୍ଦୁ ସମର୍ଥକ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚୁଥିବାବେଳେ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି |

ତେବେ ଏହି ହତ୍ୟାକାଣ୍ଡକୁ ନେଇ ଯେଭଳି କୌଣସି ଅଘଟଣ ନ ଘଟେ ସେଥିପାଇଁ ଉଦୟପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଥିବାବେଳେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯିବା ସହିତ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡ ପରେ ଉଦୟପୁରର ମାଲଦା ଗାଲି ଅଞ୍ଚଳରେ ବଡ଼ ଧରଣର ଜନସମାବେଶ ଦେଖିବାକୁ ମିଳୁଥିବାବେଳେ ଉଦୟପୁରରେ ହୋଇଥିବା ଏହି ହତ୍ୟାକାଣ୍ଡକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ |

ଗେହଲୋଟ୍ କହିଛନ୍ତି ଯେ, ଏହି ଘଟଣାର ଭିଡିଓ ସେୟାର ନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏପରି ଜଘନ୍ୟ ଅପରାଧରେ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe