Patrika.com ( Representational)
ଚଣ୍ଡୀଗଡ଼: ଜଣେ ମହିଳାଙ୍କ ସହ ଅସଦାଚରଣ ଏବଂ ଜଣେ ବ୍ୟକ୍ତିଙ୍କ ସହ ଝଗଡା ଅଭିଯୋଗରେ ହରିୟାଣା ଆଇଜି ହେମନ୍ତ କଲଶନଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ କରିଥିଲେ | ଆଉ ହେମନ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଶନିବାର ଦିନ ହରିୟାଣା ପୁଲିସର ମୁଖପାତ୍ର କହିଛନ୍ତି ଯେ ଅଗଷ୍ଟ ୨୧ ରେ ଜଣେ ମହିଳା ହେମନ୍ତ କଲଶନ (ହରିୟାଣା ପୁଲିସର ଇନ୍ସପେକ୍ଟର ଜେନେରାଲ) ଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ହେମନ୍ତ କଲଶନ ତାଙ୍କ ଘରେ ପ୍ରବେଶ କରି ତାଙ୍କୁ ଏବଂ ତାଙ୍କ ଝିଅକୁ ଅସଦାଚରଣ କରିଥିଲେ। ମହିଳାଙ୍କ ଅଭିଯୋଗରେ ପିଞ୍ଜୋର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ଅନୁସନ୍ଧାନ କରାଯିବା ପରେ ହେମନ୍ତ କଲସନଙ୍କୁ ଗିରଫ କରାଯାଇଛି। ହେମନ୍ତ କଲସନଙ୍କୁ ଆଜି କୋର୍ଟରେ ହାଜର କରାଯିବ।
/sambad/media/post_attachments/6fd0029bc8375eb597e29a68820b30bafe0729e2d852f0f962f55fcc056539fa.jpg)
ଅନ୍ୟପଟେ ସତେନ୍ଦ୍ର ସିଂ ନାମକ ଜଣେ ବ୍ୟକ୍ତି ମଧ୍ୟ ହେମନ୍ତଙ୍କ ନାମରେ ଅଭିଯୋଗ କରିଛନ୍ତି। ସତ୍ୟେନ୍ଦ୍ର ସିଂ ଅଭିଯୋଗ କରିଛନ୍ତି ଯେ ଅଗଷ୍ଟ ୨୧ ରାତିରେ କଲଶନ ତାଙ୍କ ଘରେ ପ୍ରବେଶ କରି ମଦ୍ୟପାନ କରି ତାଙ୍କୁ ମାଡ଼ ମାରିଥିଲେ। ଏହି ମାମଲାରେ ପୁଲିସ ମଧ୍ୟ କଲଶନଙ୍କ ବିରୋଧରେ ମାମଲା ରୁଜୁ କରିଛି।
Follow Us