ସାଂସଦ ହେବାପରେ ପୁଲିସ ଇନସ୍ପେକ୍ଟର ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ସାଲ୍ୟୁଟ୍‌ କଲେ

Advertisment
ସାଂସଦ ହେବାପରେ ପୁଲିସ ଇନସ୍ପେକ୍ଟର ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ସାଲ୍ୟୁଟ୍‌ କଲେ

photo-oneindia

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ କେହି ବି ନିର୍ବାଚନ ଲଢି ବିଧାୟକ,ସାଂସଦ ହୋଇପାରନ୍ତି। ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ପୁଲିସ ଇନସ୍ପେକ୍ଟର କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିି ଲୋକସଭା ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି। ସବୁଠାରୁ ମଜା କଥା ହେଉଛି ଯେ ଉକ୍ତ ସାଂସଦ ଜଣକ ଯେତେବେଳେ ତାଙ୍କର ବରିଷ୍ଠ ଅଧିକାରୀଙ୍କୁ ଭେଟିଲେ,ସେତେବେଳେ ଉଭୟେ ଉଭୟଙ୍କୁ ସାଲ୍ୟୁଟ୍‌ କରିଥିଲେ। ଏହି ଦୃଶ୍ୟଟି ଅତ୍ୟନ୍ତ ରୋଚକ ଥିଲା। ଏହି ଦୃଶ୍ୟର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆନ୍ଧ୍ର ପ୍ରଦେଶର ପୂର୍ବତନ ସର୍କଲ ଇନ୍‌ସ୍ପେକ୍ଟର ଗୋରନ୍ତଳା ମାଧବ ଏବେ ଅନନ୍ତପୁର ଜିଲ୍ଲାର ହିନ୍ଦୁପୁର ଲୋକସଭା ଆସନରୁ ବିଜୟୀ ହୋଇ ଲୋକସଭା ସାଂସଦ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ମାଧବ ଯେତେବେଳେ ନିଜର ପୂର୍ବ ବସ୍‌ ସିଆଇଡି ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ୍‌ ଅଫ୍‌ ପୁଲିସ ମହବୁବ୍‌ ବାଶାଙ୍କୁ ଭେଟିଥିଲେ। ସେତେବେଳେ ଦୁହେଁ ପରପ୍ସରକୁ ହସି ହସି ସାଲ୍ୟୁଟ୍‌ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ହିନ୍ଦୁପୁର ଆସନରେ ମାଧବ ଓ୍ଵାଇ ଏସ ଆର୍‌ କଂଗ୍ରେସ ପାର୍ଟିର ପ୍ରାର୍ଥୀ କୃଷ୍ଟପ୍ପାଙ୍କୁ ପରାଜିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe