କଂଗ୍ରେସ ବୈଠକ ପାଇଁ ଉଦୟପୁର ଆସିପାରିବେନି ବିଜେପି ନେତା! ରାଜସ୍ଥାନ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସବୁଠି ନିନ୍ଦା

Advertisment
କଂଗ୍ରେସ ବୈଠକ ପାଇଁ ଉଦୟପୁର ଆସିପାରିବେନି ବିଜେପି ନେତା! ରାଜସ୍ଥାନ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସବୁଠି ନିନ୍ଦା

ଜୟପୁର: ରାଜସ୍ଥାନର ଉଦୟପୁରରେ କଂଗ୍ରେସ ଦଳର ଚିନ୍ତନ ଶିବିର ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କଂଗ୍ରେସ ଦଳର ଏହି ଚିନ୍ତନ ଶିବିରକୁ ନେଇ ଜୋରଦାର ଆଲୋଚନା ଚାଲିଛି | ତେବେ ଶିବିର ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ଉଦୟପୁରରେ ଏକ ବଡ଼ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା | ମିଳିଥିବା ସୂଚନା ମୁତାବକ ସ୍ଥାନୀୟ କଂଗ୍ରେସ ନେତାମାନେ କ୍ୟାମ୍ପ ପ୍ରସ୍ତୁତି ଏବଂ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସ୍ୱାଗତ କରିବାରେ ବ୍ୟସ୍ତ ଥିଲେ | ଆଉ ଆଜି ବିଜେପି ନେତା ତଥା ରାଜ୍ୟସଭା ସାଂସଦ କିରୋଡି ଲାଲ ମିଣା ମଧ୍ୟ ଉଦୟପୁରରେ ପହଞ୍ଚିଥିଲେ । ସେ ହୋଟେଲ ହିଷ୍ଟୋରିଆ ରୟାଲରେ ପହଞ୍ଚିଥିଲେ | ତେବେ ବିଜେପି ନେତା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା।

କିନ୍ତୁ ହୋଟେଲରେ ଗଣମାଧ୍ୟମ ପହଞ୍ଚିବା ପୂର୍ବରୁ ପୁଲିସ ସେଠାରେ ପହଞ୍ଚିଥିଲା। ହୋଟେଲରେ ବିଜେପି ସାଂସଦ ରହୁଥିବାରୁ ସାରା ହୋଟେଲରେ ପୁଲିସ ଛାଉଣୀ ହୋଇଯାଇଥିଲା | ଏହାକୁ ନେଇ କିରୋଡି ଲାଲ ମିଣା କହିଛନ୍ତି ଯେ ପୁଲିସ କର୍ମଚାରୀମାନେ ତାଙ୍କୁ ଉଦୟପୁର ଛାଡିବାକୁ କହିଥିଲେ। ତେବେ ସେ ପ୍ରଶ୍ନ କରିଛନ୍ତି ଯେ, 'ମୁଁ କାହିଁକି ଯିବି? କେଉଁ ନିୟମ ଅନୁଯାୟୀ ତୁମେ ମୋତେ ଏଠାରୁ ପଠାଇବାକୁ ଚାହୁଁଛ? ମୁଁ ମୋର କର୍ମୀଙ୍କ ପିତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବାକୁ ଆସିଛି' | ତେବେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ କହିଥିଲେ ଯେ ଆମକୁ ନିର୍ଦ୍ଦେଶ ଆସିଛି, ଆପଣ ଏଠାରେ ରହିପାରିବେ ନାହିଁ |

ଶେଷରେ ପୁଲିସ ବିଜେପି ସାଂସଦଙ୍କୁ ହୋଟେଲରୁ ନେଇଯାଇଥିଲା | ଏହି ଘଟଣାକୁ ନେଇ ରାଜସ୍ଥାନ ପୁଲିସକୁ ସମସ୍ତେ ନିନ୍ଦା କରିଛନ୍ତି | ଉଦୟପୁରରେ କଂଗ୍ରେସ ବୈଠକ ହେଉଥିଲେ ବି ସେଠାକୁ କାହିଁକି ଆଉ କେହି ଯାଇପାରିବେ ନାହିଁ ସେନେଇ ପ୍ରଶ୍ନ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe