ପୁଲିସ ହିଂସ୍ର ନୁହେଁ ଭଦ୍ର ହେବା ଉଚିତ: ରାଜନାଥ ସିଂହ

ପୁଲିସ ହିଂସ୍ର ନୁହେଁ ଭଦ୍ର ହେବା ଉଚିତ: ରାଜନାଥ ସିଂହ

Photo Courtesy of TOI

ମିରଟ: ଏକବିଂଶ ଶତାବ୍ଦୀରେ ପୁଲିସ ଫୋର୍ସ ଆଉ ହିଂସ୍ର ଶକ୍ତି ହୋଇ ପାରିବ ନାହିଁ। ଜନଗହଳି ନିୟନ୍ତ୍ରଣ କରିବାକୁ ପୁଲିସିଆ କାର୍ଯ୍ୟ ନିର୍ବାହ କରିବାବେଳେ ସେମାନେ ସ୍ୱଳ୍ପ ମାରାତ୍ମକ ସମାଧାନ କଥା ବିଚାର କରି ଏକ ଭଦ୍ର ୟୁନିଟ୍‌ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଶନିବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ଜନଗହଳି ଏବଂ ଉତ୍ତ୍ୟକ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ବଳ ପ୍ରୟୋଗ କରିବା ଭଳି ପରିସ୍ଥିତି ଉପୁଜେ। କିନ୍ତୁ, ସେ କ୍ଷେତ୍ରରେ ଗୁଡ଼ାଏ ସତର୍କତା ଅବଲମ୍ବନ କରିବାକୁ ପଡ଼େ। ଆମେ ଏକବିଂଶ ଶତାବ୍ଦୀରେ ଅଛନ୍ତି। ପୁଲିସ ଫୋର୍ସ ଆଉ ହିଂସ୍ର ଶକ୍ତି ହୋଇ ପାରିବ ନାହିଁ। ସେମାନେ ଭଦ୍ର ହେବା ଉଚିତ। ଆମେ ସ୍ୱଳ୍ପ ବଳ ପ୍ରୟୋଗ କରି ଆମେ ଅଧିକ ଫଳାଫଳ ପାଇବା ଆବଶ୍ୟକ ବୋଲି ରାପିଡ୍‌ ଆକ୍ସନ୍‌ ଫୋର୍ସ ଅଧିକାରୀଙ୍କ ମିରଟସ୍ଥିତ ବେସ୍‌ରେ ସେମାନଙ୍କ ରୌପ୍ୟ ଜୟନ୍ତୀ ଅବକାଶରେ ଶ୍ରୀ ସିଂହ କହିଛନ୍ତି।

ଦଙ୍ଗା ଏବଂ ପ୍ରତିବାଦକାରୀ ଜନଗହଳି ଭଳି ଆହ୍ଵାନଭରା ପରିସ୍ଥିତିର ମୁକାବିଲା କରିବାବେଳେ ଘଟଣାସ୍ଥଳରେ ଥିବା ଅଧିକାରୀଙ୍କ ସମେତ ପୁଲିସ ଧୈର୍ଯ୍ୟ ପ୍ରଦର୍ଶନପୂର୍ବକ ଆତ୍ମ ସଂଯମ ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି।
ରାଜନାଥ ସିଂହ କହିଛନ୍ତି ଯେ ପ୍ରତିବାଦ ଏବଂ ଦଙ୍ଗା ସମୟରେ ଉତ୍ତ୍ୟକ୍ତ ଜନତାଙ୍କ ନିୟନ୍ତ୍ରଣ କରି ସେମାନଙ୍କ ମିଜାଜ୍‌ ବଦଳାଇବାକ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଅଧୀନରେ ଥିବା ପୁଲିସ ୟୁନିଟ୍‌ଗୁଡ଼ିକ ନୂତନ ବୈଷୟିକ ଜ୍ଞାନ ଏବଂ ମାନସିକ ସମାଧାନ ପନ୍ଥା ଅବଲମ୍ବନ କରିବା ଉଚିତ।

ଶ୍ରୀ ସିଂହ ନିରାପତ୍ତା ବଳଙ୍କୁ କହିଛନ୍ତି ଯେ ଜାତି, ଧର୍ମ ଏବଂ ଆଞ୍ଚଳିକବାଦ ଆଧାରରେ ଦେଶ ନଷ୍ଟ କରିବାକୁ ଉଦ୍ୟମ କରାଯାଉଥିବା ଘଟଣାଗୁଡ଼ିକ ଉପରେ ନଜର ରଖ।

ଏବେ ଥିବା ୧୦ଟି ବାଟାଲିୟାନ୍‌ ସହ ଫୋର୍ସର ଆଉ ପାଞ୍ଚଟି ବାଟାଲିୟାନ୍‌ ଗଠନ କରାଯିବ ବୋଲି ରାପିଡ୍‌ ଆକ୍‌ସନ୍‌ ଫୋର୍ସର ଅଧିକାରୀମାନଙ୍କୁ ସମ୍ବୋଧନ କରି ଶ୍ରୀ ସିଂହ ମଧ୍ୟ ଘୋଷଣା କରିଛନ୍ତି। ଏହି ନୂତନ ବାଟାଲିୟାନ୍‌ ଜାନୁଆରି ୧ ତାରିଖ ୨୦୧୮ ମସିହା ଠାରୁ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।

ସମ୍ପ୍ରତି ଏହି ୧୦ ବାଟାଲିୟାନ୍‌ ସାଧାରଣତଃ ଦେଶର ସାମ୍ପ୍ରଦାୟିକ ସ୍ପର୍ଶକାତର ଅଞ୍ଚଳ ସବୁରେ ଅବସ୍ଥାପିତ ହୋଇଛନ୍ତି। ମିରଟ୍‌, ଜାମସେଦପୁର, ଆହ୍ଲାବାଦ, କୋଏମ୍ବାଟୁର୍‌, ଅହମଦାବାଦ, ହାଇଦ୍ରାବାଦ, ଭୋପାଳ, ଆଲିଗଡ଼, ମୁମ୍ବାଇ ଏବଂ ଦିଲ୍ଲୀ ଆଦି ସାମ୍ପ୍ରଦାୟିକ ସ୍ପର୍ଶକାତର ଅଞ୍ଚଳ ରୂପେ ବିଦିତ।
ଅଧିକାରୀମାନଙ୍କୁ ସିଲେଇକରା ୟୁନିଫର୍ମ ଯୋଗାଇବା ପଦ୍ଧତିକୁ ଉଚ୍ଛେଦ କରି ଶ୍ରୀ ସିଂହ ୟୁନିଫର୍ମ ଲାଗି ମୁଣ୍ଡପିଛା ବାର୍ଷିକ ୧୦ ହଜାର ଟଙ୍କା ଭତ୍ତା ଦେବା ପାଇଁ ଘୋଷଣା କରିଛନ୍ତି। ଏହା ବ୍ୟତିରେକେ, ଦେଶର ସେବା କରୁଥିବାବେଳେ ସହିଦ ହେଉଥିବା ଅଧିକାରୀଙ୍କ ପରିଜନଙ୍କୁ ୧ କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ଶ୍ରୀ ସିଂହ କହିଛନ୍ତି।
୨୦୨୨ ସୁଦ୍ଧା ନବଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ଶପଥକୁ ମଧ୍ୟ ସେ ଦୃଢ଼ ସମର୍ଥନ କରିଛନ୍ତି। ସେ କହିଛନ୍ତି: ଆମ ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ଏକ ନୂତନ ଭାରତ ନିର୍ମାଣ କରିବାକୁ ଶପଥ ନେବାବେଳେ ଅନେକ ଗୋଷ୍ଠୀ କହିଛନ୍ତି ଏଥିପାଇଁ କେବଳ ଶପଥ କ’ଣ ଯଥେଷ୍ଟ। ମୁଁ ଆପଣମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ, ମହାତ୍ମା ଗାନ୍ଧୀ ଏକ ଶପଥ ନେଇ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ତା’ର ପାଞ୍ଚ ବର୍ଷ ପରେ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ହୋଇ ପାରିଲା। ଏହା ହିଁ ଶପଥର ସମାର୍ଥ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe