ବଲିଉଡ ଗୀତରେ ଠୁମକା ଲଗାଇ ନିଲମ୍ବିତ ହେଲେ ୪ଜଣ ପୁଲିସ କର୍ମଚାରୀ

Advertisment
ବଲିଉଡ ଗୀତରେ ଠୁମକା ଲଗାଇ ନିଲମ୍ବିତ ହେଲେ ୪ଜଣ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦେଶରେ ଧୁମଧାମରେ ପାଳନ କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନ ଅବସରରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ତହସିଲ ପୁଲିସ ଷ୍ଟେସନରେ ନୃତ୍ୟ କରିଥିବା ୪ଜଣ ପୁଲିସ କର୍ମଚାରୀଙ୍କୁ ଏହା ମହଙ୍ଗା ପଡ଼ିଯାଇଛି।

ଏହି ଘଟଣାକୁ ନେଇ ଡିସିପି ରାହୁଲ ମାଡାନେ କହିଛନ୍ତି,‘ଥାନା ଭିତରେ ଫିଲ୍ମ ଗୀତରେ ନାଚିବା ଦ୍ୱାରା ପୁଲିସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଏହି କାରଣରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ପୁଲିସକର୍ମଚରୀଙ୍କୁ  ୩ମାସ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ତହସିଲ ପୁଲିସ ଷ୍ଟେସନର ଏଏସଆଇ ସଞ୍ଜୟ ପାଟଣକର, ହେଡ କନଷ୍ଟେବଳ ଅବଦୁଲ କୟୁମ ଗାଣି, ଭାଗ୍ୟଶ୍ରୀ ଗିରି ଏବଂ କନଷ୍ଟେବଳ ନିର୍ମଳା ଗାୱଲି ଅଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରର ସଞ୍ଜୟ ପାଟଣକର, ଅବଦୁଲ କୟୁମ ଗାଣି, ଭାଗ୍ୟଶ୍ରୀ ଗିରି ଓ ନିର୍ମଳା ଗାୱଲି ୪ଜଣ ମିଶି ଖାକି ପୋଷାକରେ ଥାନା ଭିତରେ ବଲିଉଡ ଗୀତ 'ଖାଇକେ ପାନ ବନରାସ ବାଲା' ଗୀତରେ ନାଚିଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଏହାକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରି ଉକ୍ତ ୪ଜଣ ପୁଲିସକର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe