The Financial Express
ୱାସିଂଟନ୍ : ଆମେରିକା କ୍ୟାପିଟଲ୍ ବିଲ୍ଡିଂ (ସଂସଦ ଭବନ)ରେ ଗତ ବୁଧବାର ହୋଇଥିବା ହିଂସାକାଣ୍ଡରେ ଜଣେ ପୁଲିସ ଅଫିସର୍ ଆହତ ହୋଇଥିଲେ। ଉକ୍ତ ଆହତ ପୁଲିସ ଅଫିସର୍ଙ୍କର ଗତରାତି ୯.୩୦ ସମୟରେ ମୃତ୍ୟୁ ହୋଇଯାଇଛି ବୋଲି କ୍ୟାପିଟଲ୍ ପୁଲିସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଉକ୍ତ ପୁଲିସ ଅଫିସର୍ଙ୍କ ନାମ ବ୍ରାଏନ୍ ଡି ସିକ୍ନିକ୍। ୨୦୦୮ରେ ସେ ପୁଲିସରେ ଯୋଗ ଦେଇଥିଲେ। ୟୁଏସ୍ କ୍ୟାପିଟଲ୍ରେ ଗତକାଲି ଦଙ୍ଗାକାରୀଙ୍କ ସହ ସଂଘର୍ଷ ସମୟରେ ସେ ଆହତ ହୋଇଥିଲେ। ଡିଭିଜନ୍ ଅଫିସ୍କୁ ଫେରିବାପରେ ହଠାତ୍ ସେ ବେହୋସ୍ ହୋଇପଡ଼ିଥିଲେ। ତେବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଗତକାଲି ପୁଲିସ ସହ ଧସ୍ତାଧସ୍ତି ହେବା ସମୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
Follow Us