ୟୁନିଫର୍ମରେ ମହିଳା ଧର୍ମଗୁରୁଙ୍କ ଆଶୀର୍ବାଦ ନେବା ଫଟୋ ଭାଇରାଲ୍‌ ହେବା ପରେ ବଦଳି ହେଲେ ପୁଲିସ ଅଧିକାରୀ

Advertisment
ୟୁନିଫର୍ମରେ ମହିଳା ଧର୍ମଗୁରୁଙ୍କ ଆଶୀର୍ବାଦ ନେବା ଫଟୋ ଭାଇରାଲ୍‌ ହେବା ପରେ ବଦଳି ହେଲେ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ଡ୍ୟୁଟି ସମୟରେ ଜଣେ ମହିଳା ଧର୍ମଗୁରୁଙ୍କ ଠାରୁ ଆଶୀର୍ବାଦ ନେବା ଘଟଣା ପୁଲିସ୍‌ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ନୂଆଦିଲ୍ଲୀର ଜାନକୀପୁରୀ ଥାନାର ଜଣେ ଷ୍ଟେସନ୍‌ ହାଉସ୍‌ ଅଫିସରଙ୍କୁ ବଦଳି କରାଯାଇଛି। ପୁଲିସ ୟୁନିଫର୍ମରେ ଥାଇ ଜଣେ ଆତ୍ମଘୋଷିତ ମହିଳା ଧର୍ମଗୁରୁଙ୍କଠାରୁ ଆଶୀର୍ବାଦ ନେଉଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଏସ୍‌ଏଚ୍‌ଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନମିତା ଆଚାର୍ଯ୍ୟ ନାମ୍ନୀ ଆତ୍ମଘୋଷିତ ଧର୍ମଗୁରୁଙ୍କ ସହ ତାଙ୍କର ଫଟୋ ପୁଲିସ୍‌ ଅଧିକାରୀଙ୍କୁ ଅଡୁଆରେ ପକାଇଛି।

ଠିକ୍‌ ସେହିପରି ଏକ ଘଟଣା ଗତବର୍ଷ ଅକ୍ଟୋବର୍‌ ମାସରେ ଦେଖିବାକୁ ମିଳିଥିଲା। ଆତ୍ମଘୋଷିତ ଧର୍ମଗୁରୁ ରାଧେମା’ଙ୍କୁ ଜିଲ୍ଲାର ପୁଲିସ ଷ୍ଟେସନରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯିବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା। ପୁଲିସ ଷ୍ଟେସନରେ ପୁଲିସ କର୍ମଚାରୀମାନେ ରାଧେ ମା’ଙ୍କ ସମ୍ମାନାର୍ଥେ ଭଜନ ଗାଇବା ସହ ତାଙ୍କୁ ଫୁଲତୋଡା ଅର୍ପଣର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହାପରେ ଉକ୍ତ ପୁଲିସ ଷ୍ଟେସନର ଏସ୍‌ଏଚ୍‌ଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାଙ୍କୁ ବଦଳି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe