ସିଂଘୁ ସୀମାରେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ: ତିରଙ୍ଗା ଅପମାନ ବିରୋଧରେ ଧସେଇ ପଶିଲେ ଜନତା

ସିଂଘୁ ସୀମାରେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ: ତିରଙ୍ଗା ଅପମାନ ବିରୋଧରେ ଧସେଇ ପଶିଲେ ଜନତା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ପରେଡ୍‌ରେ ହୋଇଥିବା ହିଂସାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସିଂଘୁ ସୀମା ଆନ୍ଦୋଳନସ୍ଥଳରେ ଆଜି ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଧସେଇ ପଶିବା ସହ ଜାତୀୟ ପତାକାକୁ ଅପମାନ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ସ୍ଥାନୀୟ ଅଂଚଳରୁ ୪୦ରୁ ଅଧିକ ଗ୍ରାମର ବାସିନ୍ଦା ସୀମା ଖାଲି କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସିଂଘୁ ସୀମାରେ ଆଜି ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଶତାଧିକ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ଗିରଫଦାରି ପାଇଁ ଅଭିଯାନ ଆରମ୍ଭ ହୋଇଛି ଏବଂ ବହୁ ସଂଖ୍ୟାରେ ପୁଲିସ କର୍ମୀ ସିଂଘୁ ସୀମାରେ ପହଞ୍ଚିଛନ୍ତି।

ପୁଲିସର ଯାଞ୍ଚ ଅଭିଯାନ ଏବଂ ଉପଦ୍ରବକାରୀଙ୍କୁ ଠାବ କରିବା ପାଇଁ ଚାଲିଥିବା ପ୍ରୟାସକୁ ଆନ୍ଦୋଳନକାରୀମାନେ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏ ଦିଗରେ ପଂଜାବ ଏବଂ ହରିୟାଣା ପୁଲିସ ମଧ୍ୟ ତତ୍ପରତା ଦେଖାଇଛି। ଲାଲକିଲ୍ଲାରେ ଘଟିଥିବା ଭୟାନକ ହିଂସାର ଷଡ଼ଯନ୍ତ୍ର ସିଂଘୁସୀମା ଆନ୍ଦୋଳନସ୍ଥଳରେ ହିଁ ହୋଇଥିଲା ଏବଂ କଠୋରପନ୍ଥୀମାନେ ୨୫ ତାରିଖ ରାତିରେ ଆନ୍ଦୋଳନକୁ ହଡ଼ପ କରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe