ଏହି ନମ୍ବରରୁ ଆରମ୍ଭ ହେଉଥିବା ଫୋନ୍‌ କଲକୁ ଆଦୌ ଉଠାନ୍ତୁ ନାହିଁ, ପଡ଼ି ପାରନ୍ତି ଅସୁବିଧାରେ

Advertisment
ଏହି ନମ୍ବରରୁ ଆରମ୍ଭ ହେଉଥିବା ଫୋନ୍‌ କଲକୁ ଆଦୌ ଉଠାନ୍ତୁ ନାହିଁ,  ପଡ଼ି ପାରନ୍ତି ଅସୁବିଧାରେ

ତିରୁବନ୍ତପୁରମ: କେରଳ ପୁଲିସ +୫,+୪,+୩ ଓ +୨ ନମ୍ବରରୁ ଆସୁଥିବା ଫୋନ୍‌ କଲ, ଯେମିତିକି +୩୭୫୬୦୨୬୦୫୨୮୧, +୩୭୧୨୭୯୧୩୦୯୧, +୩୭୧୭୮୫୬୫୦୭୨, +୫୬୩୨୨୫୫୩୭୩୬, +୩୭୦୫୨୫୨୯୨୫୯ ଓ +୨୫୫୯୦୧୧୩୦୩୬୦ କିମ୍ବା +୩୭୧, +୩୭୫ ଓ +୩୮୧ରୁ ଆସୁଥିବା ଫୋନ୍‌ କଲ ନଉଠାଇବା କମ୍ବା ସେହି ନମ୍ବରରେ କଲବ୍ୟାକ୍‌ ନକରିବା ପାଇଁ ରାଜ୍ୟର ଲୋକମାନଙ୍କୁ ସତର୍କ ସୂଚନା ଜାରି କରିଛି। କେବଳ ଏତିକି ନୁହେଁ କଲର ଯଦି #୯୦ କିମ୍ବା #୦୯ ଫୋନ୍‌ରେ ଦବାଇବା ପାଇଁ କହୁଛି ତେବେ ଏଥିରୁ ନିଜକୁ ନିବୃତ୍ତ ରଖନ୍ତୁ।

publive-image

ସୂଚନାଯୋଗ୍ୟ, ଏହିସବୁ ନମ୍ବରରୁ ଆରମ୍ଭ ହେଉଥିବା ଫୋନ୍‌ କଲ ଉଠାଇବା ଦ୍ୱାରା ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବା ସହିତ ଅନେକ ଅସୁବିଧାରେ ପଡ଼ିଥିବା ନେଇ ପୁଲିସକୁ ନିକଟରେ ଅନେକ ଅଭିଯୋଗ ଆସିଛି। ଏହି ନମ୍ବରକୁ ନେଇ ପୁଲିସ ବି ସନ୍ଦେହରେ ରହିଛି। ତେବେ ଏହି କଲ ସବ ବେଲାରସ୍‌, ଲାଟିଭା, ସର୍‌ବିୟା, ଭଲପାରେସିଓ, ଭିଲନିୟସ୍‌ ଓ ତାନ୍‌ଞ୍ଜାନିୟା ଭଳି ଦେଶରୁ ଆସୁଥିବା କୁହାଯାଉଛି। ପୁଲିସ ଏହି ନମ୍ବରକୁ ନେଇ ଯାଞ୍ଚ ବି ଆରମ୍ଭ କରି ଦେଇଛି।

ତେବେ ଅଭିଯୋଗ ହୋଇଛି କି ଏହି ନମ୍ବରରୁ ମାତ୍ର ଥରେ କଲ୍‌ ଆସୁଛି। ଆଉ ଏହି ନମ୍ବରରେ ଯଦି କଲ କରି ଦେଉଛନ୍ତି ତେବେ ୩ସେକେଣ୍ଡ ଭିତରେ ଆପଣଙ୍କ କଣ୍ଟାକ୍ଟ କପି ହୋଇଯାଉଛି। କେବଳ ଏତିକି ନୁହେଁ ଯଦି ଫୋନ୍‌ରେ ବ୍ୟାଙ୍କ ଓ କ୍ରେଡିଟ୍‌ କାର୍ଡର ଡିଟେଲ ରଖିଛନ୍ତି ତାହା ବି କିଛି ସମୟ ମଧ୍ୟରେ କପି କରି ନିଆଯାଉଛି।

ପୁଲିସ ସୂତ୍ରରୁ ପ୍ରକାଶ, ହାଇଟେକ୍‌ ସେଲ ଏହି ମାମଲାର ଯାଞ୍ଚ କରୁଛି। ଏଯାବତ୍‌ ଏହା ସ୍ଥିର ହୋଇ ନାହିଁ ଏହି ଫୋନ୍‌ ଦେଶ ବାହାରୁ ଆସିଛି, ନା ଅନ୍ୟ କିଛି ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe