ଗିଫ୍ଟ ସାଇକେଲ୍‌ ଉଦ୍ଧାର କଲା ପୁଲିସ

Advertisment
ଗିଫ୍ଟ ସାଇକେଲ୍‌ ଉଦ୍ଧାର କଲା ପୁଲିସ

ଭୁବନେଶ୍ବର: ମାଉସୀ ସାଇକେଲ୍‌ ଗିଫ୍ଟ ଦେଇଥିଲେ। ହେଲେ ଚଲେଇବା ପୂର୍ବରୁ ଚୋର ନେଇଗଲା। ଯେଉଁଠି ଲକ୍ଷ ଲକ୍ଷଟଙ୍କାର ଗାଡ଼ି ଚୋରି ହୋଇଗଲେ ମିଳୁନି ସେଠାରେ ଏ ସାଇକେଲ କେଉଁଠୁ ମିଳିବ! ଏଭଳି ଆଶଙ୍କା କରି ପରିବାରବର୍ଗ ଠିକ୍‌ ସେହିଭଳି ଏକ ସାଇକେଲ୍‌ କିଣିବା ପାଇଁ କହିଥିଲେ। ହେଲେ ଛୋଟ ପିଲା କି ବୁଝେ! ସେଇ ସାଇକେଲ୍‌ ହେଲେ ଚଲେଇବ, ନ ହେଲେ ନାଇଁ ବୋଲି ସେ ଜିଦ୍‌ କରିବା ପରେ ପରିବାରବର୍ଗ ନୂଆପଲ୍ଲୀ ଥାନାରେ ପହଞ୍ଚିଥିଲେ। ସାଇକେଲ୍‌ ସହ ଏଭଳି ଭାବପ୍ରବଣତା ଦେଖି ପୁଲିସ ଅଭିଯୋଗକୁ ଗୁରୁତର ସହ ନେଇଥିଲା। ଖୋର୍ଦ୍ଧାରୁ ସାଇକେଲ୍‌ ଉଦ୍ଧାର କରିଥିଲା। ସାଇଇକେଲ୍‌ ସହ ଶିଶୁର ଭାବପ୍ରବଣତା ଜଡ଼ିତ ଥିବାରୁ ପୁଲିସ ଅଫିସର ସ୍ବୟଂ ଶିଶୁର ଘରେ ପହଞ୍ଚି ସାଇକେଲ୍‌ ଦେଇ ଆସିଥିଲେ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ସେ ହେଉଛି ଖୋର୍ଦ୍ଧାର ପ୍ରଦୀପ ମହାନ୍ତି। ଅଭିଯୋଗକାରୀ ଶିଶୁ ହେଉଛି ପାର୍ଥ ଦାସପଟ୍ଟନାୟକ(୮)। ସୋମା ସାହୁ ତାଙ୍କୁ ଏହି ସାଇକେଲ୍‌ ଗିଫ୍ଟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe