ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଶ୍ନର ଏଭଳି କଡ଼ା ଜବାବ ରଖିଲା ୟୁପି ପୁଲିସ୍‌

ଧାରା ୩୭୦ ହଟାଯିବା ଅସାମ୍ବିଧାନିକ: ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା  ଶନିବାର ଟୁଇଟ କରି ଯୋଗୀ ଆଦିତ୍ୟନାଥ ସରକାରଙ୍କ ଆଇନ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଯୋଗୀ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ କି, କ’ଣ ଉତ୍ତର ପ୍ରଦେଶ ସରକାର ଅପରାଧୀଙ୍କ ସାମ୍ନାରେ ଆତ୍ମସମର୍ପଣ କରି ଦେଇଛି କି? ପ୍ରିୟଙ୍କାଙ୍କ ଏଭଳି ପ୍ରଶ୍ନର ୟୁପି ପୁଲିସ ବି ନିଜ ଟୁଇଟରରେ କଡ଼ା ଜବାବ ଦେଇଛି।

ଉତ୍ତରପ୍ରଦେଶ ପୁଲିସ  ନିଜ ଟୁଇଟରରୁ  ପ୍ରିୟଙ୍କା ଗାନ୍ଧିଙ୍କୁ ଜବାବ ଦେଇଛି। ଉତ୍ତର ପ୍ରଦେଶ ପୁଲିସ କହିବାନୁସାରେ, ୨ବର୍ଷରେ ୟୁପି ପୁଲିସ ୮୧ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରି ମାରିଛି ଏବଂ ୯୨୨୫ ଅପରାଧୀଙ୍କୁ ଗିରଫ କରିଛି। ତଦନ୍ତ କରି ୨ଆରବ ମୂଲ୍ୟର ବେଆଇନ୍‌  ସମ୍ପତ୍ତି ଜବତ କରାଯାଇଛି। ଡକାୟତି, ହତ୍ୟା, ଲୁଟ ଓ ଅପହରଣ ଘଟଣା ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଅପରାଧରେ ୨୦ରୁ ୨୫ ପ୍ରତିଶତ ମାମଲା ହ୍ରାସ ପାଇଛି।

ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ପ୍ରିୟଙ୍କା ଗାନ୍ଧିର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବି ଏମିତି ଘଟଣା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe