ଫେସବୁକ ସହ ହୋଇଥିବା ଚୁକ୍ତିନାମା ଯୋଗୁଁ ଆତ୍ମହତ୍ୟା କରିବା ପୂର୍ବରୁ ଏଯାଏଁ ୧୦ଜଣଙ୍କ ଜୀବନ ବଂଚାଇଲାଣି ଉତ୍ତରପ୍ରଦେଶ ପୁଲିସ

Advertisment
ଫେସବୁକ ସହ ହୋଇଥିବା ଚୁକ୍ତିନାମା ଯୋଗୁଁ ଆତ୍ମହତ୍ୟା କରିବା ପୂର୍ବରୁ ଏଯାଏଁ ୧୦ଜଣଙ୍କ ଜୀବନ ବଂଚାଇଲାଣି ଉତ୍ତରପ୍ରଦେଶ ପୁଲିସ

Morningstar

ଲଖନଉ: ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏବଂ ଉତ୍ତରପ୍ରଦେଶ ପୁଲିସ ମଧ୍ୟରେ ହୋଇଥିବା ଚୁକ୍ତିନାମା ଯୋଗୁଁ ଏଯାଏଁ ଆତ୍ମହତ୍ୟା ପୂର୍ବରୁ ବଂଚିଗଲାଣି ୧୦ ଜଣଙ୍କ ଜୀବନ | ଆଜି ଆମ୍ବେଦକର ନଗର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଜଣେ କଲେଜ ଛାତ୍ର ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଆତ୍ମହତ୍ୟା କରିବା ନେଇ ଏକ ପୋଷ୍ଟ କରିଥିଲେ । ଜାନୁଆରୀ ୩୧ ରେ ଗାଜିଆବାଦରେ ମଧ୍ୟ ସମାନ ମାମଲା ଦେଖିବାକୁ ମିଳିଥିଲା। ଯେଉଁଠାରେ ଜଣେ ବ୍ୟକ୍ତି ଫାଶୀ ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ଏହାକୁ ଇନଷ୍ଟାଗ୍ରାମରେ ସିଧା ପ୍ରସାରଣ କରିଥିଲେ | ଉଭୟ ମାମଲାରେ ମେଟା ସହାୟତାରେ ୟୁପି ପୁଲିସ ଦୁଇଜଣଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛି।

ଅତିରିକ୍ତ ପୁଲିସ ଅଧୀକ୍ଷକ ତଥା ଉତ୍ତରପ୍ରଦେଶ ପୁଲିସର ସୋସିଆଲ ମିଡିଆ ସେଣ୍ଟରର ଦାୟିତ୍ୱରେ ଥିବା ରାହୁଲ ଶ୍ରୀବାସ୍ତବ କହିଛନ୍ତି ଯେ ମାର୍ଚ୍ଚ ୨୦୨୨ ରେ ଉତ୍ତରପ୍ରଦେଶ ପୁଲିସ ଏବଂ ମେଟା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଆତ୍ମହତ୍ୟା ସହ ଜଡିତ କୌଣସି ପୋଷ୍ଟ ସେୟାର କରନ୍ତି, ତେବେ ମେଟା ମୁଖ୍ୟାଳୟରୁ ଇମେଲ କିମ୍ବା ଫୋନ ମାଧ୍ୟମରେ ୟୁପି ପୁଲିସକୁ ବାର୍ତ୍ତା ପଠାଇ ଜଣାଇବାକୁ ପଡିବ। ଆଉ ଏହା ପରଠାରୁ ପ୍ରାୟ ୧୦ ଜଣଙ୍କ ଜୀବନ ବଞ୍ଚାଯାଇଛି। ଆମ୍ବେଦକର ନଗରରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ଆତ୍ମହତ୍ୟା ଉଦ୍ୟମର ସତର୍କ ବାର୍ତ୍ତା ମେଟା ମୁଖ୍ୟାଳୟ ଦ୍ୱାରା ରାତି ୧୧ଟା ୩୭ରେ ଆସିବା ପରେ ତୁରନ୍ତ ଆମ୍ବେଦକର ନଗର ପୁଲିସକୁ ସୂଚନା ଦିଆଯାଇଥିଲା। ଏହା ପରେ ପୁଲିସ ୧୫ ମିନିଟ ମଧ୍ୟରେ ସେଠାରେ ପହଞ୍ଚି ଆତ୍ମହତ୍ୟାକୁ ରୋକିବାରେ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe