ସ୍ବିଡେନର ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ଘଟଣାରେ ୧୦ ମୃତ

Advertisment

ସ୍ବିଡେନ୍‌ରେ ଏକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍‌ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି।

ସ୍ବିଡେନ୍‌ରେ ଏକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍‌ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି।

Swiden

ନୂଆଦିଲ୍ଳୀ: ସ୍ବିଡେନ୍‌ରେ ଏକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍‌ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି। ଦିନ ଗୋଟାଏ ବେଳେ ସ୍କୁଲରେ ପଶି କିଛି ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ସେତେବେଳେ ସ୍କୁଲରେ ଛାତ୍ରଛାତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଗୁରୁତର ଆହତ ହୋଇଛନ୍ତି। ତେବେ ଆକ୍ରମଣକାରୀ ଏବେ ବି ସ୍କୁଲ ଭିତରେ ରହିଥିବା କୁହାଯାଉଛି। ସ୍କୁଲକୁ ଖାଲି କରାଯାଇଥିବାବେଳେ ଏହାର ଆଖପାଖ ଅଞ୍ଚଳ ବି ଖାଲି କରାଯାଉଛି। ଆକ୍ରମଣ ପଛରେ ଉଦ୍ଦେଶ୍ୟ ଜଣା ପଡିନାହିଁ। ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି, ଆକ୍ରମଣକାରୀ ସିରିୟା ବାସିନ୍ଦା। ଆକ୍ରମଣକାରୀଙ୍କୁ ଧରିବାକୁ ଅପରେସନ୍‌ ଜାରି ରଖିଛି ସ୍ବିଡେନ୍ ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe