କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ପୁଲିସର ତଲାସ

କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ପୁଲିସର ତଲାସ

Image Courtesy of TOI

ନୂଆଦିଲ୍ଲୀ: ମୁଖ୍ୟ ସଚିବ ଅଂଶୁ ପ୍ରକାଶ ଆପ୍‌ ବିଧାୟକମାନଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ସଂକ୍ରାନ୍ତ ପ୍ରମାଣ ସଂଗ୍ରହ ପାଇଁ ଆଜି ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ପହଞ୍ଚବା ପରେ, ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍‌ସିମାନେ ସିବିଆଇ ବିଚାରପତି ବିଏଚ୍‌ ଲୋୟାଙ୍କ ମୃତ୍ୟୁର ତଦନ୍ତ ପାଇଁ ମଧ୍ୟ ସମାନ ବ୍ୟଗ୍ରତା ଦେଖାଇବା ଉଚିତ।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ଯେ ମୁଖ୍ୟ ସଚିବଙ୍କ ଉପରେ ଆକ୍ରମଣ ହୋଇଛି ବୋଲି କୁହାଯାଉଥିବା ଘଟଣାରେ ସେମାନଙ୍କ ମାମଲା ଉପସ୍ଥାପନ କରିବା ପାଇଁ ମନ୍ତ୍ରିମଣ୍ଡଳ ଏଲ୍‌ଜି ଅନୀଲ ବୈଜାଲ୍‌ଙ୍କ ସହ ସାକ୍ଷାତ୍‌ ପାଇଁ ସମୟ ମାଗିଛି।

ମୁଖ୍ୟ ସଚିବଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ପ୍ରମାଣ ଯୋଗାଡ଼ କରିବାକୁ ଆଜି ଦିଲ୍ଲୀ ପୁଲିସର ଏକ ଟିମ୍‌ ସିଭିଲ୍‌ ଲାଇନ୍‌ସ୍‌ ଅଞ୍ଚଳରେ ଥିବା କେଜ୍ରିଓ୍ଵାଲ୍‌ଙ୍କ ବାସଭବନକୁ ଯାଇଥିଲେ। ସେମାନେ ସିସିଟିଭି ଫୁଟେଜ୍‌ ସହ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିବେ।

ଦିଲ୍ଲୀ ସରକାରଙ୍କ ମୁଖପାତ୍ର ଅରୁଣୋଦୟ ପ୍ରକାଶଙ୍କ କହିବାନୁସାରେ, ୬୦ରୁ ୭୦ ଜଣ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe