କୋଟିଏ ଟଙ୍କାର ନକଲି ନୋଟ ଜବତ, ୬ ଗିରଫ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

Hindustan Times

ବିକାନେର: ରାଜସ୍ଥାନ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କୋଟିଏ ଟଙ୍କାରୁ ଅଧିକ ନକଲି ନୋଟ ଜବତ କରିଛି। ୨୩ଟି ସ୍ଥାନରେ ଏକକାଳନୀ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି। ଏଠାରେ ନକଲି ନୋଟ କାରଖାନା ଚାଲୁଛି ବୋଲି ଖବରପାଇ ସେଠାକାର ଆଇଜି ଓମପ୍ରକାଶ ସଦଳବଳେ ଚଢ଼ଉ କରିଥିଲେ।

ଚୁରୁ ପୁଲିସ ଥାନାଞ୍ଚଳରେ ଥିବା ଜୱାହର ନବୋଦୟ ବିଦ୍ୟାଳୟରେ ପୁଲିସ ଚଢ଼ଉ କରି ନକଲି ଟଙ୍କା ଛାପିବା ପାଇଁ ପ୍ରିଣ୍ଟର ଓ ମେସିନକୁ ଜବତ କରିଛି। ବିକାନେର ପୁଲିସ କହିଛି ଯେ, ଅଭିଯୁକ୍ତମାନେ ନୋଖା ଓ ବିକାନେର ଅଞ୍ଚଳର। ତେବେ ଏହି ନକଲି ଟଙ୍କା କାରବାର ଘଟଣାରେ ଏକ ଗ୍ୟାଙ୍ଗ କାମ କରୁଛି। ଖୁବ୍‌ ଶୀଘ୍ର ସମସ୍ତଙ୍କୁ ଧରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe