ଥାନାରେ ଉଲଗ୍ନ ହୋଇ ଶାଶୁଙ୍କ ବିରୋଧରେ ପ୍ରତିବାଦ କଲେ ପୁଲିସ କର୍ମଚାରୀ

ଥାନାରେ ଉଲଗ୍ନ ହୋଇ ଶାଶୁଙ୍କ ବିରୋଧରେ ପ୍ରତିବାଦ କଲେ ପୁଲିସ କର୍ମଚାରୀ

Image Courtesy of NDTV

ନୂଆଦିଲ୍ଲୀ: ଅନେକ ଥର କିଛି ଛୋଟମୋଟ କାରଣକୁ ନେଇ ପୁଲିସ ଷ୍ଟେସନ ଚର୍ଚ୍ଚାରେ ରହିଥାଏ | କେତେବେଳେ ପୁଲିସର ବ୍ୟବହାର ତ ପୁଣି କେତେବେଳେ ପୁଲିସର ଥାର୍ଡ଼ ଡିଗ୍ରୀକୁ ନେଇ ଖବରର ଶିରୋନାମାରେ ପୁଲିସ ଥାନା ରହିଥାଏ | ତେବେ ରାଜଧାନୀ ଦିଲ୍ଲୀର ଏକ ପୁଲିସ ଷ୍ଟେସନରେ ଏପରି କିଛି ଘଟିଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଉତ୍ତର ପୂର୍ବ ଦିଲ୍ଲୀର ଜ୍ୟୋତି ନଗର ପୁଲିସ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜର ପୋଷାକ କାଢି ଉଲଗ୍ନ ଅବସ୍ଥାରେ ପୁଲିସ ଷ୍ଟେସନରେ ବୁଲାବୁଲି କରିବା ସହ ହଙ୍ଗାମା କରୁଥିବା ନଜର ଆସିଛନ୍ତି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟୋତି ନଗର ପୁଲିସ ଷ୍ଟେସନରେ ଯେଉଁ ବ୍ୟକ୍ତି ଜଣକ ଉଲଗ୍ନ ହୋଇ ହଙ୍ଗାମା କରୁଛନ୍ତି ବାସ୍ତବରେ ସେ ମଧ୍ୟ ଜଣେ ପୁଲିସ କର୍ମଚାରୀ |

ତାଙ୍କ ଶାଶୁ ଜ୍ୟୋତି ନଗର ପୁଲିସ ଷ୍ଟେସନରେ ଚାକିରି କରୁଥିବାବେଳେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଶାଶୁଙ୍କୁ ଭେଟିବା ପାଇଁ ପୁଲିସ ଷ୍ଟେସନକୁ ଆସିଥିଲେ | କିନ୍ତୁ କିଛି ସମୟ ପରେ ଶାଶୁ ଏବଂ ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୁଲିସ କର୍ମଚାରୀ ତୃତୀୟ ବାଟାଲିୟନରେ ଚାକିରି କରୁଥିବାବେଳେ ତାଙ୍କର ଦୀର୍ଘଦିନ ଧରି ପତ୍ନୀଙ୍କ ସହ ମନୋମାଳିନ୍ୟ ଚାଲିଛି |

ଆଉ ସେ ବାବଦରେ କଥା ହେବା ପାଇଁ ସେପ୍ଟେମ୍ବର ୫ରେ ସେ ତାଙ୍କ ଶାଶୁଙ୍କ ସହ ଆଲୋଚନା କରିବାକୁ ଜ୍ୟୋତିନଗର ପୁଲିସ ଷ୍ଟେସନକୁ ଆସିଥିଲେ | ତେବେ ଶାଶୁଙ୍କ ସହ ଯୁକ୍ତିତର୍କ ସହ ଝଗଡା ହେବା ପରେ ପୁଲିସ କର୍ମଚାରୀ ଜଣକ ଉଲଗ୍ନ ହୋଇ ପୁଲିସ ଷ୍ଟେସନରେ ହଙ୍ଗାମା କରିଥିଲେ | ତେବେ ଜ୍ୟୋତିନଗର ପୁଲିସ ଥାନା ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe