ଚିପ୍ସ ପ୍ୟାକେଟ ଓ ଅଠା ଲଗାଇ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇଲେ ପୁଲିସ ଅଧିକାରୀ

ଚିପ୍ସ ପ୍ୟାକେଟ ଓ ଅଠା ଲଗାଇ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇଲେ ପୁଲିସ ଅଧିକାରୀ

photo-zee news

ନ୍ୟୁୟର୍କ: ବେଳେବେଳେ କିଛି ମିନିଟର ବିଳମ୍ବ ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ | ଠିକ୍ ସମୟରେ ନିଆଯାଇଥିବା ତ୍ୱରିତ ପଦକ୍ଷେପ ଜଣଙ୍କର ଜୀବନ ବଂଚାଇଦେଇଥାଏ | ଆମେରିକାରୁ ଏଭଳି ଏକ ଘଟଣାର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ନ୍ୟୁୟର୍କର ଜଣେ ପୁଲିସ୍ ଅଧିକାରୀ ଏଭଳି କିଛି କାରନାମା କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି | ମିଳିଥିବା ସୂଚନା ମୁତାବକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା | ଆଉ ଗୁରୁତର ଅବସ୍ଥାରେ ଯୁବକ ଜଣକ ପଡିରହିଥିଲେ |

ଯୁବକଙ୍କୁ ଆକ୍ରମଣ ହୋଇଥିବାର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଅଧିକାରୀ ରୋନାଲ୍ଡ କେନେଡି ଖାଲି ଚିପ୍ସ ପ୍ୟାକେଟ ଏବଂ ଟେପ ସାହାଯ୍ୟରେ ପୀଡିତଙ୍କ ରକ୍ତସ୍ରାବ ବନ୍ଦ କରି ଡାକ୍ତରଖାନାରେ ପହଞ୍ଚାଇଥିଲେ | ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କୁ ଏଭଳି ଉଦ୍ଧାର କରିବା ଘଟଣା ପାଇଁ ଡାକ୍ତରମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଥିଲେ। କାରଣ ପୀଡିତଙ୍କର ଅତ୍ୟଧିକ ରକ୍ତସ୍ରାବ ହେଉଥିବାବେଳେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ବେଳକୁ ବହୁତ ବିଳମ୍ବ ହୋଇଥାନ୍ତା |


ପୀଡିତଙ୍କୁ ବଞ୍ଚାଇବାର ଏହି ଦୃଶ୍ୟ ଅଧିକାରୀଙ୍କ ପୋଷାକରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା। ଜୁଲାଇ ୭ ର ଏହି ଘଟଣାର ଭିଡିଓ ନ୍ୟୁୟର୍କର କମିଶନରଙ୍କ ଅଫିସିଆଲ୍ ହ୍ୟାଣ୍ଡଲରେ ସେୟାର କରାଯାଇଛି | ଏହି ଉପାୟରେ ଆହତଙ୍କ ଜୀବନ ରକ୍ଷା କରିବା ପରେ ନ୍ୟୁୟର୍କ ପୁଲିସ ବିଭାଗ ଅଧିକାରୀ ରୋନାଲ୍ଡ କେନେଡିଙ୍କୁ ତାଙ୍କ ବରିଷ୍ଠ ଅଧିକାରୀମାନେ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ଡାକ୍ତରମାନେ ମଧ୍ୟ କହିଛନ୍ତି ଯେ ଯଦି କେନେଡି ଏତେ ପଦକ୍ଷେପ ନେଇ ନଥାନ୍ତେ ତେବେ ପୀଡିତଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe