୪ ଅଭିଯୁକ୍ତଙ୍କୁ ମୁକୁଳାଇବାକୂୁ ୩,୦୦୦ରୁ ଅଧିକ ଲୋକ ଥାନାରେ ପଶି କଲେ ଲଙ୍କାକାଣ୍ଡ....

Advertisment
୪ ଅଭିଯୁକ୍ତଙ୍କୁ ମୁକୁଳାଇବାକୂୁ ୩,୦୦୦ରୁ ଅଧିକ ଲୋକ ଥାନାରେ ପଶି କଲେ ଲଙ୍କାକାଣ୍ଡ....

ନୂଆଦିଲ୍ଲୀ: କେରଳର ଭିଜିଞ୍ଜାମ ପୁଲିସ୍‌ ଥାନାରେ ଉତ୍ତ୍ୟକ୍ତ ଜନତା ରବିବାର ସନ୍ଧ୍ୟାରେ ଘଟାଇଛନ୍ତି ଲଙ୍କାକାଣ୍ଡ। ଏକ ଅଭିଯୋଗ ଆଧାରରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ୩,୦୦୦ରୁ ଅଧିକ ଲୋକ ଥାନା ଘେରାଉ କରିବା ସହ ହିଂସାକାଣ୍ଡ ଭିଆଇ ଥିଲେ।

ରିପୋର୍ଟରୁ ପ୍ରକାଶ, ଶନିବାର ଦିନ ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଅଭିଯୁକ୍ତ ଥିବା ଲିଓ ଷ୍ଟାନଲି, ମୁଥାପାନ୍, ପୁଷ୍ପରାଜ ଓ ସେଂକି ଭିଜିଞ୍ଜାମ ପୁଲିସ ଷ୍ଟେସନରେ ଅଟକ ଥିବାବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରାୟ ୩୦୦୦ ଲୋକ ଥାନା ନିକଟରେ ଏକତ୍ରିତ ହୋଇଥିଲେ। ସୂଚନା ଅନୁଯାୟୀ, ଲୋକମାନେ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଲୁହା ରଡ, ବାଡ଼ି, ପଥର ଓ ଇଟା ଧରି ପୁଲିସ ଥାନାରେ ପହଂଚିଥିଲେ ଏବଂ ପୁଲିସ ଥାନା ଭିତରେ ପଶି ପୁଲିସକୁ ବନ୍ଧକ ରଖିଥିଲେ। ପୁଲିସକୁ ଧମକ ଦେଇ କହିଥିଲେ ଯେ ଯଦି ଅଭିଯୁକ୍ତଙ୍କୁ ମୁକ୍ତ କର ନ ଯାଏ ତାହେଲେ ଥାନାରେ ନିଆଁ ଲଗାଇଦେବେ। ଏହା ସହ ପୁଲିସ ଗାଡିଗୁଡିକୁ ଭାଙ୍ଗି ଚୁରମାର କରିଦେଇଥିଲେ। ପୁଲିସ୍ ଷ୍ଟେସନ ଭିତରେ ଥିବା ଅଫିସ୍ ଉପକରଣକୁ ମଧ୍ୟ ନଷ୍ଟ କରିଦେଇଥିଲେ।

ଗତକାଲି ରାତିରେ କେରଳର ଭିଜିଞ୍ଜାମ ଥା‌ନାରେ ଘଟିଥିବା ଏହି ହିଂସାକାଣ୍ଡ ଘଟଣାରେ ପୁଲିସ୍‌ ୩୦୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କଛିଛି। ଦଙ୍ଗା ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ପୁଲିସ ଏହି ମାମଲା ରୁଜୁ କରିଛି। ପୁଲିସ ଷ୍ଟେସନରେ ଭଙ୍ଗାରୁଜା କରିବା ଓ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମହିଳା ଓ ଶିଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ହିଂସାରେ ୪୦ରୁ ଅଧିକ ପୁଲିସ କର୍ମଚାରୀ ଏବଂ ବହୁ ସ୍ଥାନୀୟ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe